ନୟାଗଡ଼ : ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ପୁଲିସ୍ ଦ୍ୱାରା ଏନ୍କାଉଣ୍ଟର୍ର ଶିକାର ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବଳରାମ ମଲ୍ଲିକ ଓରଫ୍ ଚଗଲାର ମୃତ୍ୟୁ ଘଟିଛି। ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚଗଲାକୁ କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତା’ର ମୃତ୍ୟୁ ଘଟିଥିବା ନୟାଗଡ଼ ଏସ୍ପି ଆଶିଷ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚଗଲାର ଦୁଇ ଆଣ୍ଠୁ ତଳକୁ ପୁଲିସ୍ ଗୁଳି କରିଥିବା ସୂଚନା ଦେଇଥିବା ବେଳେ ତା’ର ମୃତ୍ୟୁ କିପରି ଘଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ୍ ଏନ୍କାଉଣ୍ଟର୍ ସମୟରେ ଘଟଣାସ୍ଥଳରେ ଚଗଲାର ମୃତ୍ୟୁ ଘଟିଥିବା ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଏସ୍ପି ଏହାକୁ ଖଣ୍ଡନ କରିଛନ୍ତି। ଗୁରୁତର ଅବସ୍ଥାରେ ଚଗଲାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା କଥା ଏସ୍ପି ଶ୍ରୀ ସିଂହ କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ଆଲୋଚନା ଚାଲିଛି। ଏସ୍ପିଙ୍କ ସୂଚନାନୁସାରେ ଚଗଲା ନାମରେ ସମୁଦାୟ ୮ଟା ହତ୍ୟା ମାମଲାକୁ ମିଶାଇ ୫୦ଟି ଗୁରୁତର ମାମଲା ରହିଥିଲା।
ଏନ୍କାଉଣ୍ଟର୍ରେ ଚଗଲା ମୃତ
/sambad/media/post_attachments/wp-content/uploads/2018/07/naya.jpg)
/sambad/media/agency_attachments/2024-07-24t043029592z-sambad-original.webp)