ବାରିପଦା : କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଥିବାରୁ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ(ଏନ୍ଓୟୁ) ପକ୍ଷରୁ ନିଜସ୍ୱ ଖର୍ଚ୍ଚରେ ମାସ୍କ ପ୍ରସ୍ତୁତ କରାଯାଇଛି । ଏହି ମାସ୍କ ଏନ୍ଓୟୁ ନାମରେ ନାମାଙ୍କିତ ହୋଇଥିବା ବେଳେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବଣ୍ଟନ କରିବା ପାଇଁ ପ୍ରତିଷ୍ଠାନର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏଥିସହିତ କରୋନା ସମ୍ପର୍କୀତ ସଚେତନତା ଓ ମାହାମାରୀକୁ ପ୍ରତିହତ କରିବା ପାଇଁ ଏନ୍ଓୟୁ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କରୋନାକୁ ନେଇ କୁଳପତିଙ୍କର ଏଭଳି ପ୍ରୟାସକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରଶଂସା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ଜିଲ୍ଲାପାଳଙ୍କୁ ମାସ୍କ ପ୍ରଦାନ ସମୟରେ ଏନ୍ଓୟୁର କୁଳସଚିବ ପ୍ରଫେସର ପ୍ରମୋଦ କୁମାର ଶତପଥୀ ଓ ଜାତୀୟ ସେବାଯୋଜନା ମୁକ୍ତଶାଖାର କାର୍ଯ୍ୟକ୍ରମ ଅଧିକାରୀ ଡଃ ସ୍ମୃତି ରଞ୍ଜନ ଦାସ ଉପସ୍ଥିତ ଥିଲେ।