ପାଖେଇ ଆସୁଛି ଫନି: ଏବେ ପୁରୀ ଠାରୁ ୨୦୬ କିମି ଦୂରରେ

ଭୁବନେଶ୍ବର : ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଧୀରେ ଧୀରେ ପୁରୀ ଉପକୂଳ ଆଡକୁ ଅଗ୍ରସର ହେଉଛି । ଏହା ଆସନ୍ତା କାଲି ସକାଳ ୮ଟାରୁ ୧୦ଟା ପୂର୍ବରୁ ଏହା ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅଟକଳ କରାଯାଇଛି । ଏହା ଏବେ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଓଡ଼ିଶା ମୁହାଁ ହୋଇଛି । ଏବେ (ରାତି ୯ଟା ସୁଦ୍ଧା) ଏହା ପୁରୀଠାରୁ ୨୦୬ କିଲୋମିଟର ଦୂରରେ ଥିଲା । ଲାଣ୍ଡଫଲ ବେଳେ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ବେଗରେ ପବନ ବୋହିବ । କେତେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ଟପିବ । ଏହା ଲାଣ୍ଡଫଲ କରିବା ପରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରଖ, ବାଲେଶ୍ବର ଆଦି ଜିଲ୍ଲା ଅତିକ୍ରମ କରିବା ପରେ ପଶ୍ଚିମବଙ୍ଗ ଓ ତାପରେ ୪ ତାରିଖ ସଂଧ୍ୟା ସୁଦ୍ଧା ବାଂଲାଦେଶରେ ପହଞ୍ଚିବ । ଏହି ସମୟରେ ରାଜ୍ୟର ସବୁ ଉପକୂଳବର୍ତ୍ତୀ ଓ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ସମ୍ବନ୍ଧିତ ଖବର