ଏବେ ପାର୍ଲାମେଣ୍ଟ କ୍ୟାଣ୍ଟିନରେ ମିଳୁଛି ଖାଣ୍ଟି ଓଡ଼ିଆ ଖାଦ୍ୟ, ଟ୍ଵିଟ୍‌ କଲେ ବୈଜୟନ୍ତ

ଭୁବନେଶ୍ୱର: ଏବେ ପାର୍ଲାମେଣ୍ଟ କ୍ୟାଣ୍ଟିନରେ ମିଳିବ ଖାଣ୍ଟି ଓଡ଼ିଆ ଖାଦ୍ୟ । ଆପଣଙ୍କ ଘରେ କିମ୍ବା ଗାଁ ଛକ ଗୁଡ଼ିଆ ଦୋକାନରେ ମିଳୁଥିବା ବିରି ବରା, ଏଣ୍ଡୁରି ପିଠା, ନିମକି ଅଥବା ଆଳୁଚପ୍‌ । ଏହା ସହିତ ଅଛି ସବୁ ଓଡ଼ିଆଙ୍କ ପ୍ରିୟ, ଅତି ଆପଣାର ଛେନା ପୋଡ଼ ଓ ଛେନାଗଜା ।

ଏ ସଂପର୍କରେ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ପାର୍ଲାମେଣ୍ଟରେ ଏବେ ସପ୍ତାହକୁ ଥରେ ବିଭିନ୍ନ ରାଜ୍ୟର ଖାଦ୍ୟ ମିଳୁଛି । ଆଜି ମୋର ଓପାସ, କିନ୍ତୁ ଆସନ୍ତା କାଲି ମୁଁ ନିଶ୍ଚିତ ଭାବେ ଓଡ଼ିଆ ଖାଦ୍ୟ ଖାଇବି । ତେବେ ଏହି ଖାଦ୍ୟଗୁଡିକର ଦର ପୂର୍ବ ତୁଳନାରେ ଅଧିକ ରହିଛି  । କ୍ୟାଣ୍ଟିନରେ ସବସିଡିକୁ ନେଇ ମୋର ସ୍ୱର ଉତ୍ତୋଳନ ପରେ ଏହି ଦର ବୃଦ୍ଧି ହୋଇଛି ବୋଲି ସେ ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ ପାର୍ଲାମେଣ୍ଟ କ୍ୟାଣ୍ଟିନରେ ସାପ୍ତାହକୁ ଥରେ ବିଭିନ୍ନ ରାଜ୍ୟର ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଓଡ଼ିଆ ଖାଦ୍ୟର ମେନ୍ୟୁରେ ଉପରୋକ୍ତ ଖାଦ୍ୟର ତାଲିକା ଥିବାବେଳେ ଓଡ଼ିଶାର ଗର୍ବ ଓ ଗୌରବ କୋଣାର୍କର ଚିତ୍ର ରହିଛି ।

ସମ୍ବନ୍ଧିତ ଖବର