ଏଣିକି ଅନଲାଇନରେ ବିକ୍ରି ହେବ ସରକାରୀ ଡାଏରୀ ଓ ବହି

ଇ-ବାଣିଜ୍ୟ ପୋର୍ଟାଲକୁ ଲୋକାର୍ପିତ କଲେ କୃଷି ଉତ୍ପାଦନ କମିସନର
ଭୁବନେଶ୍ବର: ଏଣିକି ସରକାରୀ ଡାଏରି କ୍ୟାଲେଣ୍ଡର ଓ ଅନ୍ୟାନ୍ୟ ଛାପା ବହି ଅନଲାଇନ ଯୋଗେ ବିକ୍ରି ହେବ। ଆଜି ଲୋକସେବା ଭବନରେ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର ଏ ନେଇ ଏକ ଇ-ବାଣିଜ୍ୟ ପୋର୍ଟାଲ www.ogpress.nic.in କୁ ଲୋକାର୍ପିତ କରିଛନ୍ତି। ଓଡ଼ିଶା ସରକାରଙ୍କ ୫’ଟି’ ପ୍ରୟାସ ଅନୁଯାୟୀ ସରକାରୀ ମୁଦ୍ରଣାଳୟରେ ପ୍ରଚଳିତ ବିକ୍ରିବଟାକୁ ବୈଷୟିକ ଜ୍ଞାନ ପ୍ରୟୋଗ ଦ୍ବାରା ଆଧୁନିକ ପ୍ରଣାଳୀରେ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ସରକାରୀ ମୁଦ୍ରଣାଳୟ ସରକାରୀ ବିଭାଗର ଛାପା କାର୍ଯ୍ୟ ସହିତ ନୂତନ ବର୍ଷ ପାଇଁ ୫୦ ହଜାର ଡାଏରି, ବିଭିନ୍ନ ପ୍ରକାରର ୪ ଲକ୍ଷ ୪୦ ହଜାର କ୍ୟାଲେଣ୍ଡର ଏବଂ ଅନ୍ୟାନ୍ୟ ଛାପା ବହି ମଧ୍ୟ ପ୍ରସ୍ତୁତ କରିଥାନ୍ତି। ଅନଲାଇନ ହେବା ପରେ ଯେ କୌଣସି ବ୍ୟକ୍ତି ଯେକୌଣସି ସମୟରେ ଦେୟ ପଇଠ କରି ଡାକ ଯୋଗେ ଏହିସବୁ ସାମଗ୍ରୀ ପାଇପାରିବେ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନିବାସ ଓ ସରକାରୀ ମୁଦ୍ରଣାଳୟର ନିର୍ଦ୍ଦେଶକ ମହେନ୍ଦ୍ର ପ୍ରତାପ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର