ଭୁବନେଶ୍ବର : ପାଖାପାଖି ୨ ମାସର ବ୍ୟବଧାନ ପରେ ଭୁବନେଶ୍ବରରେ ପେଟ୍ରୋଲ ଏବଂ ଡିଜେଲ ଦରର ଚିତ୍ରରେ ପରିବର୍ତ୍ତନ ଆସିଛି। ଗତ ଅକ୍ଟୋବର ୨୦ ତାରିଖରେ ପ୍ରଥମ ଥର ପାଇଁ ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ହୋଇଥିଲା। ଲିଟର ପିଛା ପେଟ୍ରୋଲ ଦର ସେହିଦିନ ଭୁବନେଶ୍ବରରେ ପେଟ୍ରୋଲ ଦର ୮୦ ଟଙ୍କା ୮୨ ପଇସା ଥିବାବେଳେ ଡିଜେଲ ଦର ୮୦ ଟଙ୍କା ୮୮ ପଇସା ହୋଇଯାଇଥିଲା। ଏହି ପାର୍ଥ୍ୟକ ମଧ୍ୟ ବଢ଼ିବାରେ ଲାଗିଥିଲା। ବେସ୍ ପ୍ରାଇସ୍ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଇଥିଲା। କିନ୍ତୁ ଗତ କିଛିଦିନ ହେଲା ଦୁଇ ଇନ୍ଧନର ଦରରେ ଥିବା ପାର୍ଥକ୍ୟ ହ୍ରାସ ପାଉଥିବାବେଳେ ଗତ ବୁଧବାର ପେଟ୍ରୋଲ ଓ ଡିଜେଲ ଦର ସମାନ (୬୯ ଟଙ୍କା ୨୮ ପଇସା) ରହିଥିଲା। ଗୁରୁବାର ଭଳି ଶୁକ୍ରବାର ପେଟ୍ରୋଲ ଦର ୬୯ ଟଙ୍କା ୨୮ ପଇସାରେ ସ୍ଥିର ରହିଥିବାବେଳେ ଡିଜେଲ ଦର ୬୯ ଟଙ୍କା ୨୦ ପଇସାକୁ ହ୍ରାସ ପାଇଛି।। ଅର୍ଥାତ୍ ପେଟ୍ରୋଲ ତୁଳନାରେ ଡିଜେଲ ଦର ୮ ପଇସା କମ୍ ରହିଛି। ଶନିବାର ଏହି ଦୁଇ ଇନ୍ଧନର ଦର ମଧ୍ୟରେ ପାର୍ଥକ୍ୟ ୨୦ ପଇସାକୁ ବୃଦ୍ଧି ପାଇଛି। ପେଟ୍ରୋଲ ଦର ୬୯ ଟଙ୍କା ୩୩ ପଇସାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ୬୯ ଟଙ୍କା ୧୩ ପଇସାକୁ ଖସିଛି।
ଏବେ ପେଟ୍ରୋଲ ଦର ଅଧିକ, ଡିଜେଲ କମ୍
/sambad/media/post_attachments/wp-content/uploads/2018/12/oil.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)