ଏନ୍‌ଆର୍‌ସିରେ ନଗଡ଼ା ସାମ୍‌ ଶିଶୁ

କାଳିଆପାଣି: ମଝି ନଗଡ଼ାର ଲକ୍ଷ୍ମୀ ଓ ସୁନିଆ ପ୍ରଧାନଙ୍କ ଝିଅ ତଥା ସାମ୍‌(ସିଭିଅର ଆକ୍ୟୁଟ୍‌ ମାଲ୍‌ନ୍ୟୁଟ୍ରିସନ) ଶିଶୁ ରେବତୀ(୨୨ ମାସ) ଗତକାଲି ଯାଜପୁରରୋଡ଼ ଏନ୍‌ଆର୍‌ସିରେ ଭର୍ତ୍ତିି ହୋଇଛି। ଗତ କିଛିଦିନ ଧରି ତା’ ସ୍ୱାସ୍ଥ୍ୟାବସ୍ଥାରେ ଘୋର ଅବନ୍ନତି ଦେଖା ଦେଇଥିଲା। ଅଧିକାଂଶ ସମୟ ସେ ତରଳ ଝାଡ଼ା ଓ ଜ୍ୱର ରୋଗରେ ଆକ୍ରାନ୍ତ ରହୁଥିଲା। ତା’ ମାଆ ଏବେ ଆସନ୍ନ ପ୍ରସବା ଥିବାରୁ ଉଭୟଙ୍କୁ ଯାଜପୁରରୋଡ଼ ଏନ୍‌ଆର୍‌ସିରେ ରଖାଯାଇଥିବା ସଂପର୍କରେ ସିଡିପିଓ ତିଳୋତ୍ତମା ମହାପାତ୍ର ସୂଚନା ଦେଇଛନ୍ତି।

ରେବତୀ ସଂକଟାପନ୍ନ ଥିବା ଜାଣି ରବିବାର ତାକୁ ପ୍ରଥମେ ସୁକିନ୍ଦା ଏନ୍‌ଆର୍‌ସି ଅଣାଯାଇଥିଲା। ଏଠାରେ ଶିଶୁରୋଗ ବିଶେଷଜ୍ଞ ନଥିବାରୁ ଯାଜପୁରରୋଡ଼ ସ୍ଥାନାନ୍ତରିତ କରାଯାଇଥିଲା।
ସେହିପରି ଅନ୍ୟ ୨ ସାମ୍‌ ଶିଶୁ ସେହି ମଝି ନଗଡ଼ାର ଠୁଳୁ ଓ ସୁନା ପ୍ରଧାନଙ୍କ ପୁଅ ଲୋକିଆ(୧) ଓ ତଳ ନଗଡ଼ାର ଆନ୍ଦାରି ଓ ବିକ୍ରମ ପ୍ରଧାନଙ୍କ ଝିଅ ମାମୀ(୧୩ ମାସ) ଏବେ ବି ବିପଦମୁକ୍ତ ନଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର