କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନ୍ଆର୍ଟିଏସ୍-୨୦୨୧) ଆସନ୍ତା ୬ ତାରିଖ ଦିନ ଅନୁଷ୍ଠିତ ହେବ। ପରୀକ୍ଷା ୩୪୭ଟି ପରୀକ୍ଷା କେନ୍ଦ୍ରରେ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। ନବମ ଶ୍ରେଣୀରେ ପଢ଼ୁଥିବା ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ଯୋଗ୍ୟ। ପରୀକ୍ଷା ପାଇଁ ମୋଟ ୫୫ ହଜାର ୯୩୯ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ଫର୍ମପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ଆଡ୍ମିଟ କାର୍ଡ ବୋର୍ଡ ୱେବ୍ ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି। ପ୍ରଧାନଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଆଡ୍ମିଟ କାର୍ଡକୁ ଡାଉନ୍ଲୋଡ୍ କରି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଏନ୍ଆର୍ଟିଏସ୍ ପରୀକ୍ଷା ୬ରେ
/sambad/media/post_attachments/wp-content/uploads/2019/12/board.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)