ପ୍ରକାଶ ପାଇଲା ଏନ୍‌ଆର୍‌ଟିଏସ୍ ଫଳ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ନ୍ୟାସନାଲ ରୁରାଲ୍‌ ଟାଲେଣ୍ଟ ସ୍କଲାରସିପ୍‌(ଏନ୍‌ଆର୍‌ଟିଏସ୍‌-୨୦୧୯) ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ପରୀକ୍ଷା ଫଳ ବୋର୍ଡର ନିଜସ୍ବ ୱେବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହେଉଛି। ୨୦୧୯ଶିକ୍ଷା ବର୍ଷ ପାଇଁ ଏନ୍‌ଆର୍‌ଟିଏସ୍ ପରୀକ୍ଷା ଗତ ନଭେମ୍ବର ୧୬ତାରିଖରେ ରାଜ୍ୟର ୧୬୯ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ପାଇଁ ୩୦ହଜାର ୯୪୬ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବ‌େଳେ ପରୀକ୍ଷାରେ ୯୫୮ଜଣ ଅନୁପସ୍ଥିତ ଥିଲେ। ଅବଶିଷ୍ଟ ୨୯ହଜାର ୯୮୮ଜଣଙ୍କ ଫଳ ଆଜି ପ୍ରକାଶ ପାଇଥିବା ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର