ବଲାଙ୍ଗୀର : ନିକଟରେ କିଛି ଦିନ ତଳେ ଜେଲ୍‌ ଯାଇଥିବା କୁଖ୍ୟାତ ଅପରାଧୀ ଶ୍ରୀକାନ୍ତ କୁମ୍ଭାର ଓରଫ୍‌ ଟିମନକୁ ଶକ୍ତ ଝଟକା ଲାଗିଛି। ଜିଲ୍ଲା ପ୍ରଶାସନ ଟିମନ ନାଁରେ ଏନ୍‌ଏସ୍‌ଏ ଲଗାଇଛି। କୁଖ୍ୟାତ ଟିମନ ବାରମ୍ବାର ଅଭ୍ୟାସଗତ ଭାବେ ଜେଲରୁ ବାହାରି ଅପରାଧ ଘଟାଉଥିବାରୁ ବଲାଙ୍ଗୀର ଏସ୍‌ପି ଟିମନ ନାଁରେ ଏନ୍‌ଏସ୍‌ଏ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଓ ଏସ୍‌ପିଙ୍କ ଆଲୋଚନା ପରେ ଟିମନ ନାଁରେ ଏନ୍‌ଏସ୍‌ଏ ନିଷ୍ପତ୍ତି ହୋଇଥିଲା। ଗୁରୁବାର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଟିମନ କୁମ୍ଭାର ବିରୋଧରେ ଜାତୀୟ ସୁରକ୍ଷା ଆଇନ ବା ଏନ୍‌ଏସ୍‌ଏ ଲଗାଇଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ଟିମନ ନାଁରେ ହତ୍ୟା, ମାରପିଟ, ଦାଦାବଟି ଅସୁଲି, ବେଆଇନ ଜମି କାରବାର, ଟେଣ୍ଡର ଫିକ୍ସିଂ ଭଳି ଅନେକ ସଂଗିନ ମାମଲା ରହିଛି। ୨୦୧୬ ମସିହାରେ ପୁଲିସ ଅପରାଧ ଦମନ ଅଭିଯାନ କରି ଟିମନର ସାମ୍ରାଜ୍ୟକୁ ଛାରଖାର କରି ଦେଇଥିଲା। କିନ୍ତୁ, କିଛି ବର୍ଷ ଜେଲରେ ରହି ସର୍ତ୍ତମୂଳକ ଜାମିନରେ ମୁକୁଳିବା ପରେ ଟିମନ ପୁଣି ତାର ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲା। ଜେଲରୁ ବାହାରି ପୁଣି ଜେଲ ଯାଇଥିଲା ଓ ଜାମିନରେ ଫେରିଥିଲା। ତାପରେ ବି ତାର ଅପରାଧିକ କାର୍ଯ୍ୟକଳାପକୁ ବନ୍ଦ ନକରି ଟିମନ ଜାରି ରଖିଥିଲା।