ସଚିବାଳୟ ସୁରକ୍ଷା ନେଇ ଚିନ୍ତା : ୬ରେ ଭୁବନେଶ୍ୱର ଆସିବ ଏନ୍‌ଏସ୍‌ଜି ଟିମ୍‌

ଭୁବନେଶ୍ୱର : ରାଜ୍ୟ ସଚିବାଳୟ ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ସୁରାକ ମିଳିବା ପରେ ଏନ୍‌ଏସ୍‌ଜି ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଆସନ୍ତା ୬ ତାରିଖରୁ ଦୁଇ ଦିନ ଧରି ସଚିବାଳୟରେ ଏ ନେଇ ରେକି ଆରମ୍ଭ ହେବ। ସଚିବାଳୟର ସୁରକ୍ଷା ବ୍ୟବସ୍ଥାର ସଂପୂର୍ଣ ଯାଞ୍ଚ କରାଯିବ ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ପୁଲିସ ଡିଜି ଶର୍ମାଙ୍କ ସୂଚନା ମୁତାବକ, ପୂର୍ବରୁ ମଧ୍ୟ ଏନ୍‌ଏସ୍‌ଜି ପକ୍ଷରୁ ରାଜ୍ୟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ସଫଳ ମୁକାବିଲା ମକ୍‌ଡି୍ରଲ ହୋଇଛି। ପୁଣି ଥରେ ଜାତୀୟ ନିରାପତ୍ତା ବାହିନୀ( ଏନ୍‌ଏସ୍‌ଜି) ତରଫରୁ ଭୁବନେଶ୍ୱରଠାରେ ରାଜ୍ୟ ପୁଲିସ ସହିତ ମିଳିତ ସମରାଭ୍ୟାସ୨ ଦିନ ଧରି ଚାଲିବ। ରାଜ୍ୟ ପୁଲିସ ପକ୍ଷରୁ ଏସ୍‌ଓଜି, ସ୍ପେସାଲ୍‌ ଟାକ୍‌ଟିକାଲ୍‌ ୟୁନିଟ, କମିସନରେଟ୍‌ ପୁଲିସର ବଛାବଛା ଅଧିକାରୀମାନେ ଏହି ମକଡ୍ରିଲରେ ଭାଗ ନେବେ। ରାଜଧାନୀର କେତୋଟି ବଛାବଛା ପ୍ରତିଷ୍ଠାନ ଓ ସଚିବାଳୟ ପରିସରରେ ରାଜ୍ୟ ପୁଲିସ ସହିତ ମିଳିତ ଅଭ୍ୟାସ କରିବ ଏନ୍‌ଏସ୍‌ଜି।

ସମ୍ବନ୍ଧିତ ଖବର