ଦୁଇ ବର୍ଷ ପାଇଁ ଦିଆଯିବ ଏନ୍ଏସ୍ଏସ୍ ପୁରସ୍କାର
ଭୁବନେଶ୍ବର : ଏପ୍ରିଲ ପହିଲାରୁ ଏନ୍ଏସ୍ଏସ୍ ବ୍ୟାନର ଓ ସାଇନ୍ ବୋର୍ଡରେ ଓଡ଼ିଆ ଭାଷାର ବ୍ୟବହାର କରାଯିବ। ଏନ୍ଏସ୍ଏସ୍ର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଲୋକଙ୍କୁ ଜଣାଇବାରେ ଏହା ସହାୟକ ହେବ। ଯଦି ଆବଶ୍ୟକ ପଡ଼େ ତେବେ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା ବ୍ୟବହାର କରିପାରିବେ। ସମସ୍ତ କଲେଜ ଅଧ୍ୟକ୍ଷ ଓ ଏନ୍ଏସ୍ଏସ୍ର କାର୍ଯ୍ୟକ୍ରମ ଅଧିକାରୀ(ପିଓ)ମାନେ ଏଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ଉପ ସଚିବ ରମେଶ ଚନ୍ଦ୍ର ବେହେରା ନିର୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେପଟେ ରାଜ୍ୟସ୍ତରୀୟ ଏନ୍ଏସ୍ଏସ୍ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏକାଥରେ ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ଲାଗି ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଲାଗି ରାଜ୍ୟସ୍ତରରେ ୧୨ ଜଣ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ, ୩ ଜଣ ଲେଖାଏ କାର୍ଯ୍ୟକ୍ରମ ଅଧିକାରୀ ଓ ଏନ୍ଏସ୍ଏସ୍ ୟୁନିଟ୍, ରକ୍ତଦାନ କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ଗୋଟିଏ ଲେଖାଏ ୟୁନିଟ୍କୁ ପୁରସ୍କୃତ କରିବାକୁ ସ୍ଥିର ହୋଇଛି। ତେଣୁ ଏନ୍ଏସ୍ଏସ୍ ୟୁନିଟ୍ଗୁଡ଼ିକ ମେ’ ୫ ସୁଦ୍ଧା ନିର୍ଧାରିତ ଫର୍ମାଟରେ ମାନୋନୟନପତ୍ର ଦାଖଲ କରିବାକୁ ୨୪ ବ୍ୟୁରୋର ପିଓମାନଙ୍କୁ କୁହାଯାଇଛି।