ଜାତୀୟ ସଂହତି ଶିବିର ପାଇଁ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀଙ୍କ ଦିଲ୍ଲୀ ଗସ୍ତ

ବାଲେଶ୍ୱର: ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ୮ ଜଣ ସ୍ବେଚ୍ଛାସେବୀ ଜାତୀୟ ସଂହତି ଶିବିରରେ ଯୋଗଦେବା ପାଇଁ ଦିଲ୍ଲୀ ଯାତ୍ରା କରିଛନ୍ତି। ସ୍ବେଚ୍ଛାସେବୀମାନେ ଦିଲ୍ଲୀ ଦ୍ୱାରକାସ୍ଥିତ ନେତାଜୀ ସୁଭାଷ ବୈଷୟିକ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଜାତୀୟ ସଂହତି ଶିବିରରେ ସାମିଲ ହେବେ। ଓଡ଼ିଶାରୁ ଚୟନ ହୋଇଥିବା ୧୨ ଜଣ ସ୍ବେଚ୍ଛାସେବୀମାନଙ୍କ ମଧ୍ୟରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ୮ ଜଣ ସ୍ବେଚ୍ଛାସେବୀ ଅଛନ୍ତି।
ଭଦ୍ରକ ତୃପ୍ତି ମହାବିଦ୍ୟାଳୟରୁ ହରିପ୍ରିୟା ନାୟକ, ଚାନ୍ଦବାଲି କଲେଜରୁ ଅଭିଳାଷ ପାଢ଼ୀ, ବନ୍ତ ଆଞ୍ଚଳିକ କଲେଜରୁ ନିର୍ମାଲ୍ୟ କୁମାର ପରିଡ଼ା, ତିହିଡ଼ି ଡିଗ୍ରି କଲେଜରୁ ଅଜୟ କୁମାର ନାୟକ ଏବଂ ବାଲେଶ୍ୱର ନୀଳଗିରି ମହିଳା ଡିଗ୍ରି ମହାବିଦ୍ୟାଳୟରୁ ଯଶୋମତୀ ମହାନ୍ତି, ଲକ୍ଷ୍ମୀନାରାୟଣ କଲେଜରୁ ରିନାରାଣୀ ରାଉଳ, ନୀଳମଣି ମହାବିଦ୍ୟାଳୟରୁ ଯଜ୍ଞେଶ୍ୱର ଗିରି, ସାରସ୍ୱତ ମହାବିଦ୍ୟାଳୟରୁ ରାଜେନ୍ଦ୍ର ପୁହାଣ ପ୍ରମୁଖ ଏହି ଦଳରେ ସାମିଲ ଅଛନ୍ତି।

ମୟୂରଭଞ୍ଜସ୍ଥିତ ଯଶିପୁର ମହାବିଦ୍ୟାଳୟର ପ୍ରୋଗ୍ରାମ୍‌ ଅଫିସର ମଥୁରା ଆଲଦା ଏହି ଦଳର କଣ୍ଟିଜେଣ୍ଟ ଲିଡର ଭାବେ ସ୍ବେଚ୍ଛାସେବୀମାନଙ୍କ ସହ ଯାଇଛନ୍ତି। ବାଲେଶ୍ବର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଓ ମୟୂରଭଞ୍ଜ କାର୍ଯ୍ୟକ୍ରମ ଅଧିକାରୀ ଡ. ସ୍ମୃତିରଞ୍ଜନ ଦାସ ସ୍ବେଚ୍ଛାସେବୀମାନଙ୍କୁ ବାଲେଶ୍ୱର ଷ୍ଟେସନ୍‌ରେ ଯାତ୍ରା ସମୟରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱରସ୍ଥିତ ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ସରିତା ପଟେଲ, ରାଜ୍ୟ ନୋଡାଲ୍‌ ଅଫିସର ଡ. ରମେଶ ଚନ୍ଦ୍ର ବେହେରା, ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମିନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡକ୍ଟର ମୁନେଶ ଚନ୍ଦ୍ର ଅଧିକାରୀ, କାର୍ଯ୍ୟକ୍ରମ ସଂଯୋଜକ ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ, ଭଦ୍ରକ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବୈରଗଞ୍ଜନ ଦାଶ, କମଳାକାନ୍ତ ଓଝା ତଥା ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କାର୍ଯ୍ୟକ୍ରମ ଅଧିକାରୀମାନେ ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର