ଆବେଦନ ସମୟ ସୀମା ବଢ଼ାଇଲା ଏନ୍‌ଟିଏ

ଭୁବନେଶ୍ବର : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ବାରା ପରିଚାଳିତ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଇଗ୍‌ନୋ ପିଏଚ୍‌ଡି ଓ ଓପନ୍‌ମାଟ(ଏମ୍‌ବିଏ) ପ୍ରବେଶିକା ପରୀକ୍ଷା, ଆଇସିଏଆର ଏଆଇଇଇଏ-୨୦୨୦, ଜେଏନ୍‌ୟୁ ପ୍ରବେଶିକା ପରୀକ୍ଷା, ୟୁଜିସି-ନେଟ୍‌ ଜୁନ୍‌-୨୦, ସିଏସ୍‌ଆଇଆର-ୟୁଜିସି ନେଟ୍‌ ଜୁନ୍‌-୨୦, ଅଲ୍‌ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍‌ ଏଣ୍ଟ୍ରାନ୍ସ ଟେଷ୍ଟ-୨୦ ଲାଗି ଆବେଦନ ସମୟ ସୀମା ଜୁନ୍‌ ୧୫ ତଥା ଆଜି ପର୍ଯ୍ୟନ୍ତ ଥିଲା। ତେବେ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଆବେଦନ ସମୟ ସୀମାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅପରାହ୍ନ ୫ଟା ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନପତ୍ର ଗ୍ରହଣ ଓ ରାତି ୧୧ଟା ୫୦ ସୁଦ୍ଧା ଫି’ ଗ୍ରହଣ କରାଯାଇପାରିବ। ପରୀକ୍ଷା ସମୟ ଓ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ ସମ୍ପର୍କିତ ବିଭିନ୍ନ ତଥ୍ୟ ବିଷୟରେ ‘www.nta.ac.in’ ରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ।

ସମ୍ବନ୍ଧିତ ଖବର