ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ସେପ୍ଟେମ୍ବର ୩ତାରିଖ ସକାଳ ୮ଟା୩୦ ରୁ ୯ଟା ମଧ୍ୟରେ ମା’ଙ୍କଠାରେ ଲାଗି ହେବ ନବାନ୍ନ

ସୁନ୍ଦରଗଡ଼ : ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୩ତାରିଖ ପୂର୍ବାହ୍ନ ୮ଟା ୩୦ ରୁ ୯ଟା ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି ପାଇଁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁସାରେ ନୂଆଖାଇର ଲଗ୍ନ ଧରା ଯାଇଥାଏ । ପଣ୍ଡିତ ମହାସଭାରେ ପଣ୍ଡିତମାନେ ଏହି ଲଗ୍ନ ଧାର୍ଯ୍ୟ କରିଛନ୍ତି ।

Nuakhai

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ନେଇ ଆଜି ସମୟ ସ୍ଥିର କରାଯାଇଛି । ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହେବା ପରେ ବ୍ରହ୍ମପୁରା ମନ୍ଦିରର ଜଣେ ପ୍ରତିନିଧି ଲଗ୍ନ ନେଇ ମା ସମଲେଶ୍ୱରୀ ମନ୍ଦିରକୁ ଯିବାର ବିଧି ରହିଛି । ଆଉ ୧୪ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୩ ତାରିଖରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗିବ। ଋଷି ପଞ୍ଚମୀ ତିଥିରେ ଏହି ନବ୍ନାନ ହେବ। ଏଥିପାଇଁ ସମୟ ନିର୍ଘଣ୍ଟ ସେପ୍ଟେମ୍ବର ୩ ପୂର୍ବାହ୍ନ ୮.୩୦ ରୁ ୯ଟା ମଧ୍ୟରେ ରଖାଯାଇଛି।

ସମ୍ବନ୍ଧିତ ଖବର