ବଲାଙ୍ଗୀର: ନବନୀତା ତରଫରୁ ନୂଆଁଖାଇ ଭେଟ୍, ଅନଲାଇନ୍ ମାଧ୍ୟମରେ ସାରସ୍ବତ କାର୍ଯ୍ୟକ୍ରମ

ବଲାଙ୍ଗୀର: ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ତରଫରୁ ନୂଆଁଖାଇ ଅବସରରେ ଅନଲାଇନ୍ ମାଧ୍ୟମରେ ଏକ ସାରସ୍ବତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି କବି ଭାବରେ ଆସାମର ଯୁବ କବି ଓ ଗବେଷକ ଡକ୍ଟର ବିଜୟ ଶଙ୍କର ବର୍ମନ ଏବଂ ବଙ୍ଗଳା କବୟିତ୍ରୀ ଦୀପାନ୍ବିତା ସରକାର ଯୋଗ ଦେଇଥିଲେ। ଡକ୍ଟର ବର୍ମନ ପଶ୍ଚିମ ଓଡ଼ିଶାର ନୂଆଁଖାଇ ସହିତ ସାମଞ୍ଜସ୍ୟ ଥିବା ଆସାମର ଅମଳ ପର୍ବ ନୌ-ଖାଇ ବିଷୟରେ ସୂଚନା ଦେଇଥିଲେ।

ବିଶିଷ୍ଟ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର, ସାରଥି ସାହୁ, ସୁଶାନ୍ତ ବାଗ, ଅଶୋକ ପୂଜାହାରୀ, ଲକ୍ଷ୍ମଣ ମେହେର, ସଚ୍ଚିଦାନନ୍ଦ ପ୍ରଧାନ, ସୁଜିତ ପଣ୍ଡା, ସତ୍ୟାନନ୍ଦ ଭୋଇ, ଶିବବ୍ରସାଦ ସା ସୁରେଶ୍ବରୀ ବାଗ, ଶିଶିର ପାଣିଗ୍ରାହୀ, ସୁଶିଳ କୁମାର ବାଗ, ଅର୍ଜୁନ ସାହୁ ଏବଂ ଅଜିତ ପାଣିଗ୍ରାହୀ ପ୍ରମୁଖ ସ୍ବରଚିତ ଗଳ୍ପ ଓ କବିତା ପାଠ ସହିତ ଆଲୋଚନା କରିଥିଲେ । ପତ୍ରିକାର ସଂପାଦକ କ୍ଷେତ୍ରବାସୀ ନାଏକ ଏବଂ କାର୍ଯ୍ୟନିର୍ବାହୀ ସଂପାଦକ ମୀନକେତନ ବାରଲେବଡ଼ିଆ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ସମ୍ବନ୍ଧିତ ଖବର