କଟକ : ସେବା ମନୋଭାବ ନଥିଲେ କେହି ଡାକ୍ତରୀ ପାଠ ପଢ଼ିବାକୁ ଆଗେଇ ଆସେନାହିଁ। ତେବେ ଆଜିକାଲି ବହୁତ ଡାକ୍ତର ପଇସା ପଛରେ ଗୋଡ଼ାଉଛନ୍ତି ବୋଲି ସାଧାରଣରେ ଯେଉଁ ଧାରଣା ସୃଷ୍ଟି ହୋଇଛି, ତାକୁ କଠୋର ପରିଶ୍ରମ ଓ ସେବା ଦ୍ବାରା ନୂଆ ପିଢ଼ିର ଡାକ୍ତରମାନେ ଦୂର କରିପାରିବେ ବୋଲି ଖ୍ୟାତନାମା ସ୍ତ୍ରୀ’ରୋଗ ଓ ପ୍ରସୂତୀ ବିଶେଷଜ୍ଞା ତଥା ସମ୍ବଲପୁର ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି। ଶାରଳା ଭବନରେ ପଶ୍ଚିମ ଓଡ଼ିଶା ଡାକ୍ତର ସଂଘର ସଭାପତି ଡା. ବିକାଶ ଭଞ୍ଜଙ୍କ ପୈାରୋହିତ୍ୟ ତଥା ଡା. ଶକ୍ତିରଂଜନ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡା.ପାଣିଗ୍ରାହୀ ତ୍ୟାଗ, ପରିଶ୍ରମ ଓ ନିଷ୍ଠା ଦେଖାଇଲେ ପଇସା ପଛରେ ଗୋଡ଼ାଇବା ଦରକାର ହେବନି, ବରଂ ପଇସା ଡାକ୍ତରଙ୍କ ପଛରେ ଗୋଡ଼ାଇବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ଓ ଶାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂ.ପ୍ରଭାକର ସ୍ବାଇଁ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସଂଘର ଉପସଭାନେତ୍ରୀ ଡା.ଶୁଭଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କଟକ ଏବଂ ଆଖପାଖ ଅଞ୍ଚଳରେ ରହୁଥିବା ପଶ୍ଚିମ ଓଡ଼ିଶାର ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଖ୍ୟାତନାମା ଡାକ୍ତର ଦତ୍ତେଶ୍ବର ହୋତା ଓ ଡା.ଜୟନ୍ତ ପଣ୍ଡାଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଅସ୍ମିତା ଓ ସ୍ବାଭିମାନକୁ ନେଇ ଡାକ୍ତର ଯୁବବର୍ଗର ଭାବାବେଗ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା।
ନୂଆଁଖାଇ ଭେଟ୍ଘାଟ୍ରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାସେଶ୍ବରୀ : ସେବା ଓ ପରିଶ୍ରମ ଥିଲେ ଡାକ୍ତରଙ୍କ ପଛରେ ପଇସା ଗୋଡ଼ାଇବ
/sambad/media/post_attachments/wp-content/uploads/2018/12/cgm-sir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)