ଦିଲ୍ଲୀରେ ନୂଆଁଖାଇ ଭେଟ୍‌ ଉଦ୍‌ଘାଟନ କଲେ ପ୍ରମୋଦ ମିଶ୍ର, ସମ୍ବଲପୁରୀ ଗୀତ, ନାଚରେ ଦୁଲୁକିଲା ଦିଲ୍ଲୀ

ସମ୍ବଲପୁର : ରବିବାର ଦିନ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ହାଇଦ୍ରାବାଦ ସମେତ ଦେଶର ୧୦ରୁ ଅଧିକ ବଡ଼ ସହରରେ ନୂଆଁଖାଇ ଭେଟ୍‌ଘାଟ ଆୟୋଜିତ ହୋଇଯାଇଛି।

ନୂଆଦିଲ୍ଲୀରେ ନୂଆଁଖାଇଜୁହାର ପରିବାର ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ନୂଆଁଖାଇ ଭେଟ୍‌ କାର୍ଯ୍ୟକ୍ରମରେ ୪ ହଜାର ଲୋକଙ୍କ ସମାଗମ ହୋଇଥିଲା। ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସମଲେଶ୍ବରୀ, ପାଟଣେଶ୍ବରୀ, ସୁରେଶ୍ବରୀ, ମାଣିକେଶ୍ବରୀ, ମା’ ରାମଚଣ୍ଡୀଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଏହାର ଉଦ୍‌ଘାଟନ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ ମିଶ୍ର। ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ପ୍ଲାଷ୍ଟିକମୁକ୍ତ କାର୍ଯ୍ୟକ୍ରମ ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ଜୁହାର ସମ୍ମାନ ୨୦୧୯ ଏବଂ ବୁଣାକାର ସୁକାନ୍ତି ମେହେରଙ୍କୁ ସମ୍ମାନିତ କରାଯାଇ ଥିଲା। ନରୱେର ଉପ ରାଷ୍ଟ୍ରଦୂତ କାଲିଆ ବିଲଟନ, ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର, ପୂର୍ବତନ ସାଂସଦ ପ୍ରଭାସ ସିଂ, ଉତ୍ତରପ୍ରଦେଶର ଅତିରିକ୍ତ ଡିଜିପି ଏସ୍‌ଏନ୍‌ ସାବତ, ବରିଷ୍ଠ ଆଇଏଏସ୍‌ ଡ. ଅରବିନ୍ଦ ପାଢୀ, ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ଡ.ସଂଜୀବ ପାଟଯୋଶୀ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। କଳାହାଣ୍ଡିର ୧୨୦ କଳାକାର ଢାପ ନୃତ୍ୟ ପରିବେଷଣ କରିଥିଲେ। ଗାୟକ ବ୍ୟାସଦେବ ପୁରୋହିତ, ନବୀନ କୁଅଁର, ରମାକାନ୍ତ ହରିପାଲ, ରୁକୁ ସୁନା, ଈଶ୍ବରୀ ବେହେରା, ପ୍ରତୀତି ମିଶ୍ର, ଝରଣା ପ୍ରମୁଖ ନିଜ କଣ୍ଠର ଯାଦୁରେ ଲୋକଙ୍କ ହୃଦୟ ଜିଣିଥିଲେ। ଏହି ଅବସରରେ ଆୟୋଜିତ ନୂଆଁଖାଇ ଭୋଜିରେ ପଶ୍ଚିମ ଓଡ଼ିଶାର ସ୍ବତନ୍ତ୍ର ଖାଦ୍ୟ ପରଷା ଯାଇଥିଲା। ଜୁହାର ପରିବାର ଦିଲ୍ଲୀର ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବାସୁଦେବ ତ୍ରିପାଠୀ, ପିଙ୍କି ଶର୍ମା ପରିଚାଳନା କରିଥିଲେ। ଜୁହାର ପରିବାରର ତାପସ ନାଏକ, ବିଜୟାନନ୍ଦ ନାଏକ, ଗଜେନ୍ଦ୍ର ସାହୁ, ଓମପ୍ରକାଶ ରାଉତ, ଦେବାଶିଷ ମାଝି, ଦେବଦତ୍ତ ଦାଶ, ଅନୁପମ ମିଶ୍ର, ପିନାକୀ ରଥ, ସୁନୀଲ ପଟେଲ, ଜଗଦୀଶ ପଟେଲ, ଶ୍ରୀକାନ୍ତ ମିଶ୍ର, ସଂଦୀପ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

ମୁମ୍ବାଇରେ ନୂଆଁଖାଇ ଭେଟ
ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇ ପକ୍ଷରୁ ମୁମ୍ବାଇ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ହୋଇଥିଲା। ସିଦ୍ଧାନ୍ତ ଚାଟାର୍ଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆର୍‌ବିଆଇର ପୂର୍ବ ଡେପୁଟି ଗଭର୍ଣ୍ଣର ହାରୁନ ରସିଦ ଖାଁ, ଆୟକର ବିଭାଗ ନିର୍ଦେଶକ ଆନନ୍ଦ କୁମାର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଏଚ୍‌କେ ଜେନା ବିଭିନ୍ନ ସେସନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ। ୪୦୦ରୁ୫୦୦ ଲୋକଙ୍କ ସମାଗମ ହୋଇଥିଲା।

ସମ୍ବନ୍ଧିତ ଖବର