ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଗଣପର୍ବ ‘ନୂଆଖାଇ’ ପାଇଁ ଆଜି ଲଗ୍ନ ନିର୍ଦ୍ଧାରିତ ହୋଇଯାଇଛି। ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ଲଗ୍ନଧାର୍ଯ୍ୟ ହେଲା  ପକ୍ଷରୁ ପଣ୍ଡିତ, ବିଦ୍ୱାନ ଏବଂ ଜ୍ୟୋର୍ତିବିଦ ମାନେ ଲଗ୍ନ ସ୍ଥିର କରିଛନ୍ତି। ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ନେଇ ଏହି ଶୁଭଲଗ୍ନ ବାହାର କରାଯାଇଛି।

Advertisment

ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ଚଳିତ ବର୍ଷ ନୂଆଖାଇ ପର୍ବ ପାଳନ ହେବା ନେଇ ଆଜି ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧିାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ହୋଇଥିବା ଲଗ୍ନ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖ ଦିନ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବ।

publive-image

ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ହୋଇଥିବା ନୂଆଖାଇ ଲଗ୍ନ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବ। ଏହା ପରେ ପଶ୍ଚିମ ଓଡ଼ିଶାରେ ଅନ୍ୟସ୍ଥାନଗୁଡ଼ିକରେ ଥିବା ଦେବାଦେବୀଙ୍କ ଠାରେ ନୂଆ ଲାଗିବ।

ସୂଚନାଯୋଗ୍ୟ, ନୂଆଖାଇର ଲଗ୍ନ ନିର୍ଦ୍ଧାରଣ ପାଇଁ ପ୍ରତିବର୍ଷ ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭା ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ଏହି ବୈଠକ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନରେ ଅନୁଷ୍ଠିତ ହୋଇଥାଏ। ଆଜିର ପଣ୍ଡିତ ମହାସଭାରେ ସଭାପତି ଲକ୍ଷ୍ମଣ ବେହେରା, ପଣ୍ଡିତ ମହେଶ୍ବର ନାୟକ, ସଚ୍ଚିଦାନନ୍ଦ ମିଶ୍ର, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ଶାନ୍ତନୁ କୁମାର ଶତପଥୀ, ସୁରେନ୍ଦ୍ର କୁମାର ପତି, ଶଶାଙ୍କ ଶେଖର ମିଶ୍ର,  ଝସକେତନ ହୋତା, ସୁଧାଂଶୁ ଶେଖର ମିଶ୍ର, ସରିତ କୁମାର ପାଢ଼ୀ ଆଦି ଉପସ୍ଥିତ ଥିଲେ।