ଉତ୍କେଲା: ପଶ୍ଚିମ ଓଡ଼ିଶାର ମହାନ୍ କୃଷି ଭିତ୍ତିକ ଗଣପର୍ବ ହେଉଛି ନୂଆଁଖାଇ। ପ୍ରତିବର୍ଷ ଏହା ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ ହେଉଥିବା ବେଳେ ପରମ୍ପରା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗାଁ ଲୋକମାନେ ଶୁକ୍ରବାର ଆଗୁଆ ନୂଆଁଖାଇ ପର୍ବ ପାଳନ କରିଛନ୍ତି। ପଥର୍ଲା ସମେତ ବାହାଦୁରପଦର ଓ ପଳଖାପଡା଼ବାସୀ ରାଜାରାଜୁଦା ସମୟରୁ ଏକା ସାଙ୍ଗରେ ନୂଆଁ ଖାଇଛନ୍ତି। ଗୁରୁବାର ରାତିରେ ଇଷ୍ଟଦେବତା ମାନଙ୍କୁ ପୂଜା କରିବା ପରେ ଆଜି ନୂଆଁଖାଇ ପର୍ବ ପାଳନ ଅତି ଆନନ୍ଦରେ ଉଦ୍ଦୀପନା ସହ ସମସ୍ତେ ପାଳନ କରିଛନ୍ତି।
/sambad/media/post_attachments/wp-content/uploads/2023/09/fa07f6d5-e79d-4890-bfdd-78616722c7f8-1-1024x769.jpeg)
ସୂଚନାଯୋଗ୍ୟ ଯେ, ନାଗ ବଂଶ ରାଜାଙ୍କୁ ଯୁଦ୍ଧରେ ପଥର୍ଲା ଆଦିବାସୀମାନେ ସାହାଯ୍ୟ କରିବା ସହ ଯୁଦ୍ଧରେ ବିଜୟୀ କରାଇଥିଲେ। ଏଥିରେ ରାଜା ଖୁସି ହୋଇ ଉକ୍ତ ଗାଁର ମୁଖିଆ ଙ୍କୁ କ'ଣ ମାଗୁଛୁ ମାଗ ବୋଲି କହିଥିଲେ। ଏହା ପରେ ମୂଖିଆ ପଥର୍ଲା ଗାଁକୁ ସର୍ବ ପ୍ରଥମେ ନୂଆଁଖାଇ ଖାଇବାପାଇଁ ଅଧିକାର ଦିଆଯାଉ ବୋଲି କହିଥିଲେ। ରାଜା ଠିକ୍ ଅଛି ବୋଲି କହିଥିଲେ। ସେହି ଦିନଠାରୁ ପଥର୍ଲା, ବାହାଦୁର ପଦର ଓ ପଳଖାପଡା଼ ଗ୍ରାମବାସୀ ପ୍ରଥମେ ନୂଆଁଖାଇ ପର୍ବ ପାଳନ କରି ଆସୁଛନ୍ତି। ଶୁକ୍ରବାର ଦିନ ନୂଆଁ ଧାନ ଓ କୁରେ ପତ୍ର ଆଣି ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଓ ନୂଆଁ ଧାନ ଅର୍ପଣ କରିଥିଲେ। ପିଠାପଣା ଓ ବହୁ ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ପରିବାରର ସମସ୍ତେ ଏକାଠି ବସି ନୂଆଁ ଖାଇଥିଲେ। ନୂଆଁଖାଇ ଭେଟଘାଟ ସହ ନାଚଗୀତରେ ଅଞ୍ଚଳ ଝୁମି ଉଠିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/dfb04b39-0b0e-4cba-b8ef-e808c3166045.jpeg)