ବ୍ରଜରାଜନଗର:  ଝାରସୁଗୁଡା ଜିଲ୍ଲା  ବ୍ରଜରାଜନଗର  ପୌରାଞ୍ଚଳ ଅନ୍ତର୍ଗତ  ନୁରସିଂହ ପଲ୍ଲୀରେ  ନୂଆଁଖାଇ ଭେଟଘାଟ  ଅନୁଷ୍ଠିତ ହୋଇଯାଇଛି। ଏହି ପଲ୍ଲୀରେ ରହୁଥିବା ୪୪ ପରିବାର ର ୧୧୫ ଜଣ ଛୋଟରୁ ବଡ଼  ସଦସ୍ୟ  ନୂଆଁଖାଇରେ ନିଜର ରାଗ ମାନ ଅଭିମାନ ଭୁଲି  କୀର୍ତ୍ତନ ମଣ୍ଡପ ନିକଟରେ ଏକତ୍ର ବସି ନୂଆ ଖାଇଥିଲେ।

Advertisment

ଯଦିଓ ସେହି ପଲ୍ଲୀରେ  ବିଭିନ୍ନ ଜାତିର ପରିବାର  ଅଛନ୍ତି ତଥାପି  ସେମାନେ   ଗୁରୁବାର ନୃସିଂହ ପଲ୍ଲୀରେ ଥିବା କୀର୍ତ୍ତନ ମଣ୍ଡପରେ ଏକତ୍ରିତ ହୋଇଥିଲେ। ସେମାନେ ସମସ୍ତେ ଏକତ୍ର ରୋଷେଇ କରି ଥିଲେ। ସବୁଠାରୁ ବଡ଼ କଥା ନୂଆଁଖାଇ ପାଇଁ ପଲ୍ଲୀରେ  ଆମିଷ ସମ୍ପୂର୍ଣ୍ଣ ନିଷେଧ  ରହିଥିଲା।

ପ୍ରଥମେ ରାଧାକୃଷ୍ଣ ଓ ମା’କାଳୀ  ମନ୍ଦିରରେ ଭୋଗ ଲାଗିଥିଲା। ପୂଜକ ଦାଶରଥି ପାଢ଼ୀ ପୂଜା କରିଥିଲେ। ନରୋତ୍ତମ   ଭୋଇ କର୍ତ୍ତା    ହୋଇଥିଲେ। ସମସ୍ତେ କୀର୍ତ୍ତନ ମଣ୍ଡପ ନିକଟରେ  ଖାଇବା ପରେ ସାନମାନେ ବଡ଼ମାନଙ୍କର ଗୋଡ଼ ତଳେ ମୁଣ୍ଡିଆ ମାରି ଜୁହାର କରିଥିବା ଦେଖିବାକୁ ମିଳିଥିଲା।  ବରିଷ୍ଠ ବ୍ୟକ୍ତି ବୃନ୍ଦାବନ ଦୀପ, ବାସୁଦେବ ପ୍ରଧାନ,ମହାଦେବ ବଗର୍ତ୍ତି, ମହିମା ହରିପାଳ, ତପସ୍ୟା ପ୍ରଧାନ, ମନ୍ଧାର  ପ୍ରଧାନ ,ଗୀତା ଓରାମ  ଅଦିଙ୍କର ଗୋଡ ଛୁଇଁ ଆଶୀର୍ବାଦ ନେଇଥିଲେ।

ଏହି ପରମ୍ପରା ୭୨ ବର୍ଷ ଧରି ଚାଲି ଆସୁଛି।  ବରିଷ୍ଠ ବ୍ୟକ୍ତି ବୃନ୍ଦାବନ ଦୀପ  ହରିବୋଲ ଦେବା ପରେ ସମସ୍ତେ  ପ୍ରସାଦ ସେବନ ସହିତ କୀର୍ତ୍ତନ ମଣ୍ଡପ ସମ୍ମୁଖରେ ନୂଆ ଖାଇଥିଲେ।   ସନ୍ଧ୍ୟାରେ ମଧ୍ୟ ଖିରି ପୁରୀ ଆଦି ହେବ। ଯଦିଓ  ନୃସିଂହ ପଲ୍ଲୀ  ଏକ କୁଷ୍ଠ  ପଲ୍ଲୀ। ଏବେ କିନ୍ତୁ  ସେହି ପଲ୍ଲୀ ବାସୀ  ଶିକ୍ଷିତ ଓ   ସମାଜରେ ମୁଖ୍ୟ  ଧାରାରେ ସାମିଲ ହୋଇଛନ୍ତି।। ସମସ୍ତ ବ୍ୟବସ୍ଥା ନରସିଂହ ପଲ୍ଲୀ କମିଟି ଆୟୋଜନ କରିଛନ୍ତି।

Jharsuguda | Nuakhai