ଦଧିବାମନ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ନିରୂପଣ

ଭଟଲି: ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ନିରୂପଣ ହୋଇଛି। ଏନେଇ ମନ୍ଦିର ଟ୍ରଷ୍ଟବୋର୍ଡର ଆହ୍ୱାନକ୍ରମେ ମୁକ୍ତି ମଣ୍ଡପ ପଣ୍ଡିତ ସଭା ସଦସ୍ୟ, ଦଧିବାମନ ମନ୍ଦିର ପୁରୋହିତ, ଆଞ୍ଚଳିକ କର୍ମକାଣ୍ଡିୟ ପଣ୍ଡିତଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ପଣ୍ଡିତମାନଙ୍କ ଦ୍ୱାରା ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଇ ବୈଠକର ଶୁଭାରମ୍ଭ ହୋଇଥିଲା। ବୈଠକରେ ଆଗାମୀ ଭାଦ୍ରବ ଶୁକ୍ଲ ପଞ୍ଚମୀ ୧ ତାରିଖ ଗୁରୁବାର ପୂର୍ବାହ୍ନ ୧୦ଟା ୩୩ ମିନିଟ୍‌ରୁ ୧୧ଟା ୩୦ ମିନିଟ୍‌ ମଧ୍ୟେ ବିଶୁଦ୍ଧ ତୁଲା ଲଗ୍ନେ ଶ୍ରୀ ଦଧିବାମନ ମହାପ୍ରଭୁଙ୍କୁ ନୂଆଁଭୋଗ ଲାଗି କରାଯିବ।

ବୈଠକରେ ପଣ୍ଡିତ ନେହେରୁଲାଲ ଶତପଥୀ, ଜୟଦେବ ପଣ୍ଡା, ମୁକ୍ତିମଣ୍ଡପ ପଣ୍ଡିତ ଗୌରଚନ୍ଦ୍ର ରଥ, ମନ୍ଦିର ପୂଜକ ଲଳିତ ରଥ, ଶ୍ରୀବତ୍ସ ପାଣିଗ୍ରାହୀ, ଗୋକୁଳେଶ୍ୱର ରଥ, ରୋହିତ ରଥ, ନାରାୟଣ ଦାଶ, ପ୍ରେମାନନ୍ଦ ଦେବତା, ସୁବଳ ପଣ୍ଡା, ମନୋରଞ୍ଜନ ହୋତା, ବିଷ୍ଣୁ ଦାଶ, ଛନ୍ଦାଚରଣ ରଥ, ସୀତାରାମ ଦାଶ, ଅଂଶୁମାନ ରଥ, ପ୍ରେମାନନ୍ଦ ଦେବତା, ଡୋଳାମଣି ପଣ୍ଡା, ଦିଲ୍ଲୀପ ମିଶ୍ର, ବାଙ୍କାବିହାରୀ ମିଶ୍ର, ସୁରେନ୍ଦ୍ର ମୋହନ ପଣ୍ଡା, ରାଜେଶ ମିଶ୍ର, ପଞ୍ଚମ ପୁରୋହିତ ପ୍ରମୁଖ ଆଞ୍ଚଳିକ କର୍ମକାଣ୍ଡିୟ ପଣ୍ଡିତମାନଙ୍କ ଉପସ୍ଥିତିରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଥିଲା।

ସମ୍ବନ୍ଧିତ ଖବର