ଭୋପାଲରେ ନୂଆଁଖାଇ ଭେଟ୍  

ସମ୍ବଲପୁର: ସମ୍ବଲପୁରୀ ପରିବାର ଭୋପାଳ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ୫୦ ଜଣ କଳାକାର ଯୋଗ ଦେଇ କଳା ପ୍ରଦର୍ଶନ କରିଥିଲେ। ପୂଜକ ବିଭୂତି ଭୋଇ ମା’ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା କରିବା ପରେ ଶାଶ୍ଵତ ତ୍ରିପାଠୀ, ଡିଲେଶ୍ବର ବିଶ୍ବାଳ ଓ ଟିହିଲୁ ବାଘଙ୍କ ଦ୍ଵାରା ସଂଗୀତ ଏବଂ ‘ରୁମକୁଝୁମାନା’ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ଏହି ଅବସରରେ ଡି.କେ. ଶତପଥୀ, ପିକେ ଦାସ, ଜିଏନ୍‌ ସାହୁ ଓ ଏସି ହୋତାଙ୍କ ଦ୍ବାରା ବାଷିକ ସାଂସ୍କୃତିକ ପତ୍ରିକା ‘କହଁର’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ପ୍ରମୋଦ ମୋହର ପରିଚାଳନା କରିଥିବା ବେଳେ ସଭାପତି ଭାବଗ୍ରାହୀ ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ଦିଲ୍ଲୀପ ମିଶ୍ର, କିଶୋର କେର୍କେଟା, ତ୍ରିଲୋଚନ ନାଏକ, ବିଶ୍ବଜିତ ମାଝୀ, ଯୋଗେନ୍ଦ୍ର କିଶାନ, ଜିତେନ୍ଦ୍ର ତ୍ରିପାଠୀ, ରମେଶ ପ୍ରଧାନ, ରୀନା ମାଝୀ, ଜ୍ୟୋତ୍ସ୍ନାମୟୀ ଧରୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚା​ଳନାରେ ସହଯୋଗ କରିଥିଲେ। ପ୍ରଦୀପ ମାଝୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର