ସମ୍ବଲପୁର: ଜୁହାର ପରିବାର ୟୁନାଇଟେଡ୍ କିଙ୍ଗ୍ଡମ୍ ପକ୍ଷରୁ ୫ମ ବାର୍ଷିକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ଲଣ୍ଡନ୍ରେ ଅନୁଷ୍ଠିତ ହୋଇଛି। ମା’ ସମଲେଶ୍ବରୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଇସିଆଇସିଆଇ ବ୍ୟାଙ୍କ(ୟୁକେ)ର ନିର୍ଦ୍ଦେଶକ ଲୋକନାଥ ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ମାଥ୍ୟୁ ଗୁଡ୍ଵିନ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଦେବାଶିଷ ମିଶ୍ର ଓ ତାଙ୍କ ପରିବାର ମିଶି ‘ମୋର୍ ଲିଟି ଉଡ଼େ ଫୁରୁଫୁରୁ’ ଗୀତ ଗାଇଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଡିଜେ ନାଇଟ୍, ସମ୍ବଲପୁରୀ ଫ୍ୟାସନ୍ ସୋ’ ଆଦି ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/11-24.jpg)