ମୁମ୍ବାଇରେ ପଶ୍ଚିମ ଓଡ଼ିଶା ପରିବାରର ନୂଆଁଖାଇ ଭେଟ୍‌ଘାଟ୍‌

ନୂଆପଡ଼ା: ପଶ୍ଚିମ ଓଡ଼ିଶା ପରିବାର (ପିଓପି) ତରଫରୁ ମୁମ୍ବାଇର ବୀର ସାବରକର ଅଡ଼ିଟୋରିୟମରେ ରବିବାର ୨୦୨୨ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ବିର୍ଲାଗ୍ରୁପ୍‌ର ବରିଷ୍ଠ ଅଧିକାରୀ ଡ. ସନ୍ତୁପ୍ତ ମିଶ୍ର, ଅନ୍ୟତମ ଅତିଥି ଭାବେ ଆୟକର ବିଭାଗ ମୁଖ୍ୟ କମିସନର ବିଜୟାନନ୍ଦ ପୃଷ୍ଟି ଓ କମିସନର ଅରଜିତ ପଟ୍ଟନାୟକ ଯୋଗଦାନ କରିଥିଲେ। ବିଶିଷ୍ଟ ଦୂରଦର୍ଶନ ତାରକା ସୁଶ୍ରୀ ଶୁଭାଙ୍ଗ ଅତ୍ରେ (ଭାବିଜୀ ଘରପେ ହୈ)  ଏବଂ ତନ୍ମୟ ଭେକାରିୟା (ତାରକ ‌ମେହେଟ୍ଟା କା ଉଲ୍‌ଟା ଚଷମା) ଯୋଗଦାନ କରି ସମ୍ବଲପୁରୀ ଗୀତ ଏବଂ ନାଚ ପରିବେଷଣ କରିଥିଲେ।

ଉପସ୍ଥିତ ଜନତା ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି ଅବସରରେ ବର୍ଷୀୟାନ ଚଳଚ୍ଚିତ୍ର ତାରକା ସାଧୁ ମେହେରଙ୍କୁ ବିଶେଷ ଭା‌ବେ ତାଙ୍କ ଅନନ୍ୟ ଉପଲବ୍ଧି ପାଇଁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ସମ୍ବଲପୁରୀ ପୋଷାକର ଫେସନ ସୋ ଏବଂ ନାଟକ ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁସ୍ବାଦ ଖାଦ୍ୟର ଆନନ୍ଦ ସମସ୍ତେ ଉପଭୋଗ କରିଥିଲେ। ଏହି ଅବସରରେ ଅଂଚଳର କୃତୀ ଛାତ୍ରମାନଙ୍କୁ ସମ୍ମାନିତ କରାଯାଇଥିଲା। କବିତା ସାହାଣୀ ଏବଂ  ଦୀପକ ପୂଜାରୀ ମଞ୍ଚ ପରିଚାଳନା କରିଥିଲେ। ପଶ୍ଚିମ  ଓଡ଼ିଶା ପରିବାର ମୁମ୍ବାଇର  ପ୍ରତିଷ୍ଠାତା  ସଦସ୍ୟ ଶ୍ରୀକାନ୍ତ ଚାଟାର୍ଜୀ ଖଡ଼ିଆଳରୁ ଯାଇ ଏହି ଉତ୍ସବ ଆୟୋଜନରେ  ସାମିଲ ହୋଇଥିଲେ। ଶେଷରେ ରଙ୍ଗବତୀ ଗୀତର ତାଳେତାଳେ ସବୁ ସଦସ୍ୟ ସମୂହ ନୃତ୍ୟ ପରିବେଷଣ କରିଥିଲେ। ଶୁଭେନ୍ଦୁ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତଥା ଏଲ୍‌ଆଇସି ଭଳି ଅନେକ ସଂସ୍ଥା ଏହି ଉତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର