ପଦ୍ମପୁର: ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିବା ମହେନ୍ଦ୍ର ବଢେଇ ନିଜ ଚାକିରିରୁ ଇସ୍ତଫା ଦେଇ ନବୀନ ନିବାସରେ ନିଜର ଶତାଧିକ ସମର୍ଥକ ସହ ବିଜେଡିରେ ଯୋଗଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ। ପଦ୍ମପୁର ନିର୍ବାଚନ ମଣ୍ତଳୀ ଟାଲ ଗ୍ରାମର ମହେନ୍ଦ୍ର ବଢେଇ ଜଣେ ଜନପ୍ରିୟ ବ୍ୟକ୍ତିତ୍ବ। ସାମାଜିକ କ୍ଷେତ୍ରରେ ସେ ଜଣେ ପରୋପକାରି ଭାବରେ ପ୍ରତ୍ୟେକ ପୁରପଲ୍ଲୀରେ ପରିଚିତ। ଅନେକ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ, ଗରିବ ଛାତ୍ର ଛାତ୍ରୀଙ୍କ ପାଠପଢା ଖର୍ଚ୍ଚ, କୋଭିଡ ସମୟରେ ଗ୍ରାମଗ୍ରାମ ବୁଲି ନିଜସ୍ବ ପାଣ୍ଠିରୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥି। ଜନସାଧାରଣ ତାଙ୍କୁ ପ୍ରଶାସନିକ ଅଧିକାରୀ ଭାବରେ ନ ଦେଖି ତାଙ୍କୁ ଜଣେ ଜନସେବକ ଭାବରେ ଦେଖୁଥିଲେ। ତେଣୁ ଆଗକୁ ଥିବା ଉପନିର୍ବାଚନ ସମୟରେ ଦଳରେ ମିଶି ଥିବାରୁ ବିଜେଡିର ଶକ୍ତି ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି। ଠିକ ସମୟରେ ଚାଷୀମାନଙ୍କୁ ୨୦୦କୋଟିର ଇନପୁଟ ସବସିଡି ଦେଇଥିବାରୁ ଶ୍ରୀ ବଢେଇ ଓ ତାଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ପଦ୍ମପୁର ଉପନିର୍ବାଚନ ମଣ୍ତଳୀର ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ସଂକଳ୍ପ କରିଥିଲେ।
/sambad/media/post_attachments/wp-content/uploads/2022/11/4e139bd4-0046-4e08-8cbd-a81c53da3eb3.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/00cffe72-00a1-47db-9e4a-dccc65cb35fa.jpg)