ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜାରି କଲା ଷ୍ଟାର ପ୍ରଚାରକ ତାଲିକା । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ତାଲିକା  ଦଳ ଦାଖଲ କରିଛି ବୋଲି  ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି । 

ଏହାସହ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ଦୁଇ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଲତା ଉସେଣ୍ଡି, ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ତାଲିକାରେ ସାମିଲ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡା, ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ତୁଙ୍ଗ ନେତା ମାନେ ଷ୍ଟାର ପ୍ରଚାରକ ଭାବେ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ କରିବେ ପ୍ରଚାର ।

BJP announces list of 40 star campaigners
BJP announces list of 40 star campaigners

ସେହିପରି ତାଲିକାରେ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ, କୣଷ୍ଣଚନ୍ଦ୍ର ପାତ୍ର, ଯୋଗାଣ ମନ୍ତ୍ରୀ,  ରାଜ୍ୟ ସଭାପତି ମନମୋହନ ସାମଲ, କଲାହାଣ୍ଡି ସାଂସଦ ବାଳବିକା ଦେଓ, ବରଗଡ ସାଂସଦ ପ୍ରଦୀପ ପୁରେ।ହିତ ବସନ୍ତ ପଣ୍ଡା, ଲଷ୍ମଣ ବାଗ, ପ୍ରସନ୍ନ ପାଢୀ, ଯଦୁମଣି ପାଣିଗ୍ରାହୀ, ଅଭିନନ୍ଦନ ପଣ୍ଡା, ପୂବ ବିଧାୟକ କୁଶୁମ ଟେଟେ, ସୁଜିତ କୁମାର, ସୋନିଆ ଜୈନ,  ହିତେଶ ବଗତ୍ତୀ,  ସଦନ ତୀଓ୍ବରୀ, ଧମଗଡ ବିଧାୟକ ସୁଧୀର ପଟଯୋଶୀ, ନୂଆପଡା ଶବର ସମାଜ ସଭାପତି ସୋମନାଥ ଖମାରି ରହିଛନ୍ତି।