ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ଫଳାଫଳ ପ୍ରକାଶ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ‘ଏକ୍ସ’ରେ ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ନବନିର୍ବାଚିତ ବିଧାୟକ ନୂଆପଡ଼ାର ବିକାଶ କରି ଜନାଦେଶକୁ ସମ୍ମାନ ଦେବେ ବୋଲି ଆଶା। ନିର୍ବାଚନ ଆସେ ଓ ଯାଏ, ହେଲେ ବିଜେଡି ଉପରେ ଲୋକଙ୍କ ଯେଉଁ ବିଶ୍ବାସ ରହିଛି ତାହାକୁ ଦଳ ସମ୍ମାନ ଦେଉଛି। 

Advertisment

ବିଜେଡି ବହୁ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ବି ଲୋକଙ୍କ ପାଇଁ ଲଢ଼େଇ ଜାରି ରଖିଛି। ବିଜୁ ବାବୁଙ୍କ ଦ୍ବାରା ଅନୁପ୍ରାଣିତ ବିଜେଡି ଓଡ଼ିଶା ଲୋକଙ୍କ ପାଇଁ ଲଢ଼େଇ ଜାରି ରଖିବ। ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଦ୍ବାରା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ହେଉଛି ସାମ୍ବିଧାନିକ ଅନୁଷ୍ଠାନର ଦାୟିତ୍ବ। ନୂଆପଡ଼ା ଉପନିର୍ବାଚନରେ ଅକ୍ଳାନ୍ତ ପରିଶ୍ରମ କରିଥିବା ପ୍ରତ୍ୟେକ ନେତା, କର୍ମୀ ଓ ସମର୍ଥକଙ୍କୁ କୃତଜ୍ଞତା ଜଣାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି।