ନୂଆପଡ଼ା : ଲକ୍ଡାଇନରେ ନୂଆପଡ଼ା ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତ ଅଭାବ ରହୁଥିବା ଦେଖିବାକୁ ମିଳିଛି। ଗୁରୁବାର ଦିନ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ଜିଲ୍ଲା ମୁଖ୍ୟ ରକ୍ତଭଣ୍ଡାରକୁ ଯାଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜିଲ୍ଲାବାସୀଙ୍କୁ ଏହି ସମୟରେ ଆଗକୁ ଆସି ରକ୍ତଦାନ କରିବାକୁ ଆହ୍ବାନ ଦେଇଛନ୍ତି।
ଆଜି ଜିଲ୍ଲାପାଳ ସକାଳ ୧୧ଟାରେ ନୂଆପଡ଼ା ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତଦାନ କରିଥିଲେ। ବର୍ତ୍ତମାନ ରକ୍ତର ଅଭାବ ହେତୁ ଜିଲ୍ଲାର ସମସ୍ତ ଯୁବକ ଓ ଯୁବତୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ। ଜିଲ୍ଲାପାଳଙ୍କ ସହିତ ନୂଆପଡ଼ା ଏନଏସି ୱାର୍ଡ ନଂ ୧୩ ମହୁଆଭଟା ସ୍କୁଲ ବିଜ୍ଞାନ ଶିକ୍ଷୟିତୀ ସଙ୍ଗୀତା ବେଉରା ମଧ୍ୟ ରକ୍ତଦାନ କରିଥିଲେ। ନୂଆପଡ଼ା ରକ୍ତଭଣ୍ଡାର ଅଧିକାରୀ ଲଲିତ ମୋହନ ବିଶି, ଶିକ୍ଷକ କିଶୋର ପରିଡ଼ା, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/nuapada-collector.jpg)