ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା କଟକଣା: ଛତିଶଗଡ଼କୁ ବିନା କାମରେ ଯିବା ଉପରେ ରୋକ୍, ବିବାହରେ ଶହେଙ୍କୁ ଅନୁମତି ଓ ମନ୍ଦିରରେ ଗହଳି ମନା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ କରୋନାର ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲାପ୍ରଶାସନ ରବିବାର ଦିନ ଗାଇଡଲାଇନ ଜାରି କରିଛନ୍ତି। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ କରି ଛତିଶଗଡ଼କୁ ବିନା କାମରେ ଯିବା ଲୋକଙ୍କ ଉପରେ କଟକଣା ଜାରି କରିଥିବା ବେଳେ ଜିଲ୍ଲାରେ ବିବାହ ଓ ମନ୍ଦିର ଉପରେ ମଧ୍ୟ କଟକଣା ଜାରି କରାଯାଇଛି।
ନୂଆପଡ଼ା ଜିଲ୍ଲାପାଳ ସ୍ବାଧାଦେବ ସିଂହଙ୍କ ନିର୍ଦେଶ ଅନୁଯାୟୀ ନୂଆପଡ଼ା ଜିଲ୍ଲା କରୋନା ତାର କାୟ ବିସ୍ତାର କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଛତିଶଗଡ଼ ଯାଇଥିବା ଲୋକଙ୍କ ଉପରେ ରୋକ୍ ଲଗାଯାଇଛି। ନୂଆପଡ଼ା ଜିଲ୍ଲାରୁ କୌଣସି ବ୍ୟକ୍ତ ଛତିଶଗଡ଼କୁ ଭ୍ରମଣ ପାଇଁ ଯାଉଥିବା ବ୍ୟକ୍ତି ଉପରେ ଜିଲ୍ଲାପ୍ରଶାସନ ସଂପୂର୍ଣ୍ଣ ଭାବେ ରୋକ୍ ଲଗାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଖରିଆର ରୋଡ ସୀମାନ୍ତ ଅଞ୍ଚଳରେ ଏହା ଉପରେ କଟକଣା ଜୋରଦାର କରାଯାଇଛି। ସେପରି ଜିଲ୍ଲାରେ କୌଣସି ବିବାହ ହେଲେ ଜିଲ୍ଲା ପ୍ରଶାସନ ମାତ୍ର ୧୦୦ ଜଣଙ୍କୁ ଅନୁମତି ଦେବା ସହ ଜିଲ୍ଲାର ବିଭିନ୍ନ ମନ୍ଦିରମାନଙ୍କରେ ଜନଗହଳି ନକରିବାକୁ ଜିଲ୍ଲାପ୍ରଶାସନ ସଂପୁର୍ଣ୍ଣ ଭାବେ କଟକଣା ଜାରି କରିଛି।

ସେପରି ସୋମବାର ଦିନ ଠାରୁ ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲଗାଯିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିସାରିଛି। ଆଜି ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ନଜର ରଖିବା ସହ କଡ଼ାକଡ଼ି ଭାବରେ କଟକଣା କରାଯିବ ବୋଲି ନୂଆପଡ଼ା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁରେନ୍ଦ୍ର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର