ନୂଆପଡ଼ା: ଭିଜିଲାନ୍ସ ଜାଲରେ ଜିଲ୍ଲା ଶ୍ରମ ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଧରାପଡ଼ିଛନ୍ତି ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ।
ସୂଚନା ଅନୁସାରେ ବୋଡେ଼ନ ବ୍ଲକ ପଲସଦା ଗ୍ରାମର ଶ୍ରମିକ ଏଜେଣ୍ଟ ଶ୍ରୀନିବାସ ବେହେରା ୨୦୦ ଜଣ ଶ୍ରମିକଙ୍କ ନାମ ପଞ୍ଜିକରଣ ପାଇଁ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେ ୪୦ ଜଣ ଶ୍ରମିକଙ୍କ ନାମ ପଂଜିକରଣ ପାଇଁ ଶ୍ରମ ଅଧିକାରୀଙ୍କୁ କହିଥିଲେ। ତେବେ ଜଣେ ଶ୍ରମିକଙ୍କ ନାମ ପଞ୍ଜିକରଣ ବାବଦରେ ୭୦ ଟଙ୍କା ସରକାରୀ ଫିଜ ରହିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀ ପ୍ରତ୍ୟେକ ଶ୍ରମିକ ପିଛା ପଞ୍ଜିକରଣ ପାଇଁ ୨୦୦ ଟଙ୍କା ଦାବି କରିଥିଲେ। ୨୦୦ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଶ୍ରୀନିବାସଙ୍କ ଠାରୁ ମୋଟ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନିଜ କାର୍ଯ୍ୟାଳୟରେ ଧରା ପଡିଥିବା ନେଇ ଭିଜିଲାନ୍ସ ଡ଼ିଏସ୍ପି ସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଶ୍ରୀ ପାଣିଗ୍ରାହୀ ୨୦୧୭ ମସିହା ଡିସେମ୍ବର ୧୨ ତାରିଖରେ ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀ ଭାବରେ ଯୋଗଦାନ କରିଥିଲେ।
ନୂଆପଡ଼ା ଜିଲ୍ଲାରେ ଶ୍ରମ ଅଧିକାରୀମାନେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିବାର ନଜର ରହିଛି। ବର୍ଷ ୨୦୧୫ ମସିହାରେ ପୂର୍ବତନ ନୂଆପଡ଼ା ଶ୍ରମ ଅଧିକାରୀ ପଞ୍ଚାନନ ମଲ୍ଲିକଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଚଢ଼ାଉ କରି ଧରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/DLO-officer-08_thumb.jpg)