ନୂଆପଡ଼ା ଜିଲ୍ଲାରେ ଅଣ୍ଡା ଦୁର୍ନୀତି ଘଟଣା, ଅଙ୍ଗନବାଡି କର୍ମୀମାନଙ୍କ ମଧ୍ୟରେ ଛନକା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଶିଶୁ, ପ୍ରସୂତି ଓ ଗର୍ଭବତୀ ମହିଳା ମାନଙ୍କୁ ଦିଆଯାଇଥିବା ପୁଷ୍ଟିକର ଖାଦ୍ୟ ଅଣ୍ଡା, ଛତିଆ ଓ ରାସନ ସାମଗ୍ରୀ ଏପ୍ରିଲ ମାସରେ ଖାଦ୍ୟ ନଦେଇ ଅଙ୍ଗନବାଡି କର୍ମୀ ମାନଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କା ବଡ଼ବଡ଼ିଆ ଅଧିକାରୀ ମାନେ ହଡ଼କ କରୁଥିବା ଯୋଜନା ଆରମ୍ଭ କରୁଥିଲେ।

ଏନେଇ ଗତକାଲି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକ ଟିମନପୁର ପଞ୍ଚାୟତ ହୀରାପୁର ଗ୍ରାମରେ ପିଲାମାନଙ୍କୁ ୬ଟା ଅଣ୍ଡା ଦେବା ଓ ରାସନ ସାମଗ୍ରୀ ନ ଦେବା ଘଟଣା ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ଶୁକ୍ରବାର ଦିନ ଗାଁକୁ ଅଧିକାରୀ ମାନେ ପହଞ୍ଚି ତଦନ୍ତ କରିବା ପରେ ଗ୍ରାମର ସମସ୍ତଙ୍କୁ ଅଣ୍ଡା ଦେବା ସାହ ଆଜି ରାସନ ସାମଗ୍ରୀ ଦିଆଯିବ ବୋଳି ଡିଏସଡବ୍ଳୁଓ ବିଦୁଲତା ପାତ୍ର କହିଛନ୍ତି। ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଦୁର୍ନୀତି ହୋଇଥିବା ସ୍ବୀକାର କରିଛନ୍ତି। ଆଜି ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଗସ୍ତ କରିବି ବୋଲି ‘ସମ୍ବାଦ’କୁ କହିଛନ୍ତି।

ଏହାକୁ ନେଇ ବର୍ତ୍ତମାନ ନୂଆପଡ଼ା ଜିଲ୍ଲାର ୧୩୫୬ ଟି ଅଙ୍ଗନବାଡି କର୍ମୀମାନଙ୍କ ମଧ୍ୟରେ ଛନକା ପଶିଛି। ନୂଆପଡ଼ା ଡିଏସଡବ୍ଳୁଓ ଶ୍ରୀମତୀ ପାତ୍ରଙ୍କ ନିର୍ଦେଶରେ ସ୍ଥାନୀୟ ସିଡିପିଓ ଓ ସୁପରଭାଇଜର ହୀରାପୁର ଗ୍ରାମକୁ ଯାଇ ପ୍ରସୂତି ମହିଳାଙ୍କୁ ପଚାରିଥିଲେ। ସେମାନଙ୍କ କହିଥିଲେ ଯେ ଏପ୍ରିସଲ ମାସରେ ମାତ୍ର ୬ଟି ଅଣ୍ଡା ଦିଆଯାଇଛି। ରାସନ ସାମଗ୍ରୀ ଠିକ୍ ଭାବରେ ଦିଆଯାଇନାହିଁ ବୋଲି ମଧ୍ୟ ଅଭିଯୋଗ କରିଥିଲେ। ମେ ମାସରେ ଗୋଟିଏ ଥାଳି‌ରେ ୧୨ଟି ଅଣ୍ଡା ରଖି ଅଙ୍ଗନବାଡି କର୍ମୀମାନେ ଫଟୋ ଉଠାଇଥିଲେ। ପରେ ୬ଟି ଅଣ୍ଡା ଥାଳିରୁ ନେଇଯାଇଥିଲେ ବୋଲି ଅଭିଭାବକମାନେ ଅଭିଯୋଗ କରିଥିଲେ। ଏହା ପରେ ସ୍ଥାନୀୟ ଅଙ୍ଗନବାଡି କର୍ମୀମାନେ ଆମର ଭୁଲ ହୋଇଯାପଇଛି ବୋଲି ଗୁହାରି କରିଥିଲେ।

ଅଙ୍ଗନବାଡି କର୍ମୀମାନେ ଗ୍ରାମର ଜୟମନୀ ବାଗ, ଗୀତାଥଞ୍ଜଳି ଛତ୍ରିଆ, ସରସ୍ବତୀ ଛତିଆ, ମମିତା ଲୁହାର, ଭୂମିସୁତା ଛତ୍ରିଆ, କୁନ୍ତଳା ମାଝୀ, ଦଳିତା ଛତ୍ରିଆ ପ୍ରମୁଖ ମହିଳାମାନଙ୍କୁ ଏପ୍ରିନଲ ମାସର ଆଉ ୬ଟି ଅଣ୍ଡା ଦେବା ସହ ତେଲ ୧୦୦ ଗ୍ରାମ, ମୁଗ ୧୦୦ ଗ୍ରାମ ଓ ବେସନ ୧୦୦ ଗ୍ରାମ ଦିଆଯିବ ବୋଲି କହିଛନ୍ତି। ଗାଁକୁ ଯଦି ଉପରିସ୍ଥ ଅଧିକାରୀ ତଦନ୍ତ ପାଇଁ ଆସନ୍ତି , ଖାଇବା ସବୁ ଦିଆଯାଇଛି ବୋଲି ଅଙ୍ଗନବାଡି କର୍ମୀମାନେ କହିବାକୁ ନେହୁରା ହୋଇଥିଲେ। ନୂଆପଡ଼ା ଜିଲ୍ଲାରେ ଏପ୍ରିଲ ମାସରେ ବହୁ ଅଙ୍ଗବାଡି କେନ୍ଦ୍ର ଅଣ୍ଡା ଓ ରାସନ ସାମଗ୍ରୀ ଦିଆଯାଇନଥିବା ବେଳେ ମେ ମାସର ମଧ୍ୟ ରାସନ ଓ ଅଣ୍ଡାକୁ ଟଙ୍କା ବଡ଼ବଡ଼ିଆ ଅଧିକାରୀମାନେ ନିଜ ଆକାଣ୍ଟରେ ନେବା ପାଇଁ ଯୋଜନା କରୁଥିଲେ। ଏଥିରେ ସୁପରଭାଇଜର ଓ ସିଡିପିଓଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏହି ଦୁର୍ନୀତିରେ ସାମିଲ ରହି ପିସ ନେଉଥିବା ଚର୍ଚ୍ଚା ହେଉଛି।

ଏହା ଉପରେ ଡିଏସଡବ୍ଳୁଓ ବିଦୁଲତା ପାତ୍ର କହିଛନ୍ତି ଯେ ଜିଲ୍ଲାରେ ବହୁ ସ୍ଥାନରେ ଅଣ୍ଡା ଓ ରାସନ ସାମଗ୍ରୀ ଦେବାରେ ଅବହେଳା କରାଯାଇଛି। ଜିଲ୍ଲାର ବିଭିନ୍ନ ଅଙ୍ଗବାଡି କେନ୍ଦ୍ର ପରିଦର୍ଶନ କରି ଦୁର୍ନୀତି ହୋଇଥିବା କେନ୍ଦ୍ର ଉପରେ ତଦନ୍ତ କରିବେ। ବର୍ତ୍ତମାନ ଦୁର୍ନୀତ ହୋଇଥିବା କେନ୍ଦ୍ର ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଦେଖିବାର ବାକି ରହିଛି।

ସମ୍ବନ୍ଧିତ ଖବର