ନୂଆପଡ଼ା: ସୋମବାର ପ୍ରତ୍ୟୁଷରେ ଖରିଆର ରୋଡ୍‌ ରେଞ୍ଜ୍‌ ଭଇତୁମୁଣ୍ଡି ଗ୍ରାମ ଉପକଣ୍ଠରେ ହାତୀ ଆକ୍ରମଣ ଯୋଗୁଁ ଜଣେ ବ୍ୟକ୍ତି ନିହତ ହୋଇଛନ୍ତି।

Advertisment

ଆଜି ପାହାନ୍ତା ପହରରେ ୬୫ ବର୍ଷିୟ ଲକି ପାଣ୍ଡେ ନାମକ ବ୍ୟକ୍ତି ଜଣକ ଶୌଚ ହେବା ପାଇଁ ଗ୍ରାମ ବାହାରେ ଥିବା ଜଙ୍ଗଲିଆ ଅଞ୍ଚଳକୁ ଯାଇଥିଲେ। ଦୈବାତ୍‌ ସେଠାରେ ପଲେ ହାତୀ ପହଞ୍ଚିଯାଇ ରହିଥିବା କଥା ସେ ଜାଣି ନ ଥିଲେ। ସେ ପଲର ଗୋଟାଏ ହାତୀ ଲକିଙ୍କୁ ଥୋଡ଼ପାହାଡ଼ରେ ଉଠାଇ ନେଇ ପାଦରେ ଦଳି ମାରିଦେଇଛି।

ପୂର୍ବରୁ ଏ ଅଞ୍ଚଳକୁ କେବେ ହାତୀପଲ ଆସି ନ ଥିବା କଥା କୁହାଯାଉଛି। କିଛି ମାସ ତଳେ ଠିକ୍‌ ଏହି ଅଞ୍ଚଳରେ ଏକ କଲରାପତ୍ରିଆ ବାଘ ଆତଙ୍କ ସୃଷ୍ଟି କରିଥିଲ।

ଖବର ପାଇଁ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।