ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଗରିବ ସେନା ପକ୍ଷରୁ ଜିଲ୍ଲାପାଳ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଛି। ଅଧିକାର ଦିଅ ଅଭିଯାନ ସହ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି କରାଯାଇଛି। ସେହିପରି ବିଭିନ୍ନ ବିଭାଗରେ ହେଉଥିବା ଦୁର୍ନୀତିର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରାଯାଇଛି। ପରେ ୧୩ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା​ପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନଙ୍କୁ ପ୍ରଦାନ କରାଯାଇଛି।

Advertisment

ଜିଲ୍ଲା ଗରିବ ସେନା ସଭାପତି ରବି ମଙ୍ଗରାଜଙ୍କ ନେତୃତ୍ବରେ ହୋଇଥିବା ବିକ୍ଷୋଭ ସମାବେଶରେ ଗଦାଧର ମାଝୀ, ଗୋବିନ୍ଦ ସାହୁ, ଭ୍ରମର ତାଣ୍ଡି, ଏକାମ ଦୀପ, ବିରଞ୍ଚି ଦୀପ, ପ୍ରମୋଦ ସାହୁ, ଦୟା ସୁନାନୀ, ତେଜରାମ ସାହୁ, ଗୋବିନ୍ଦ ସୁନା, ଦିନେଶ ସାହୁ, ଥବୀର ରଣାଙ୍କ ସହ ଗରିବ ସେନାର ବହୁ କର୍ମକର୍ତ୍ତା ସାମିଲ ଥିଲେ।