ରାତିରେ ସଙ୍ଗରୋଧ କେନ୍ଦ୍ର ବୁଲିଲେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା:ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ବୁଧବାର ଦିନ ରାତିରେ ହଠାତ୍ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ସେଠାରେ ଥିବା ଶ୍ରମିକମାନଙ୍କ ସମସ୍ୟା ବୁଲି ଦେଖିଛନ୍ତି। ଜିଲ୍ଲାପାଳ ରାତିରେ ୧୧୦ କିମି ଯାଇ ଶ୍ରମିକମା‌ନେ କିପରି ରହୁଛନ୍ତି, କ’ଣ ଖାଉଛନ୍ତି ତାହା ପରିଦର୍ଶନ କରିଥିଲେ।

ନୂଆପଡ଼ା ଜିଲ୍ଲାପାଳ ହଠାତ୍ ସିନାପାଲି ବ୍ଳକ ଗସ୍ତ କରିଥିଲେ। ସିନାପାଳି ବ୍ଳକ ଗଣ୍ଡାବାହାଲି ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଥିବା ପ୍ରବାସୀ ଶ୍ରମିକଙ୍କ ଠିକ ଭାବରେ ଖାଦ୍ୟ, ରହିବା ପାଇଁ ଦିଆଯାଉଛି ନାହିଁ , ତାହା ପଚାରି ବୁଝିଥିଲେ। ତା’ସହ ସିନାପାଲି ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ ରାତ୍ରିରେ ପରିଦର୍ଶନ କରିଥିଲେ।

ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲାର ୧୦୮୭ ଜଣ ପ୍ରବାସୀ ଶ୍ରମିକ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଜିଲ୍ଲାର ବୋଡ଼େନ ବ୍ଳକର ୩୭୮ ଜଣ, ଖଡ଼ିଆଳର ୨୫ ଜଣ, କୋମନା ବ୍ଳକର ୭୫ ଜଣ, ନୂଆପଡ଼ା ବ୍ଳକର ୧୧୮ ଜଣ, ସିନାନାଲି ବ୍ଳକର ୪୫୭ ଜଣ, ଖଡ଼ିଆଳ ଏନଏସିର ୬ ଜଣ, ନୂଆପଡ଼ା ଏନଏସିର ୨ ଜଣ ଶ୍ରମିକ ରାଜ୍ୟ ବାହାରୁ ଫେରି ବର୍ତ୍ତମାନ ସଙ୍ଗରୋଧରେ ରହିଛନ୍ତି।

ସମ୍ବନ୍ଧିତ ଖବର