ନୂଆପଡ଼ା ଜିଲ୍ଲାରେ ଅଣ୍ଡା ଦୁର୍ନୀତି ଘଟଣାରେ ୨ଅଙ୍ଗନବାଡି କର୍ମୀ ଓ ସୁପରଭାଇଜରଙ୍କୁ କାରଣ ଦର୍ଶାଅ ‌ନୋଟିସ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଶିଶୁ ପ୍ରସୂତି ଓ ଗର୍ଭବତୀମାନଙ୍କୁ ଅଣ୍ଡା ଯୋଗାଣରେ ଦୁର୍ନୀତି ଘଟଣାରେ ୨ଅଙ୍ଗନବାଡି କର୍ମୀ ଓ ସୁପରଭାଇଜରଙ୍କୁ କାରଣ ଦର୍ଶାଅ ‌ନୋଟିସ ଜରି କରାଯାଇଥିବା ଜଣାପଡ଼ିଛି।

ନୂଆପଡ଼ା ଜିଲ୍ଲା ଡିଏସଡବ୍ଳୁଓ ବିଦୁଲତା ପାତ୍ର ହୀରାପୁର ଗ୍ରାମରେ ପହଞ୍ଚିଥିଲେ। ଅଙ୍ଗନବାଡି କର୍ମୀ ଓ ପ୍ରସୂତି ମହିଳାଙ୍କୁ  ମାନଙ୍କୁ ଡାକି  ଆଲୋଚନା  କରିଥିଲେ। ପ୍ରସୂତି ମହିଳାମାନଙ୍କୁ ଏପ୍ରିଲ ମାସରେ ମାତ୍ର ୬ଟି ଅଣ୍ଡା ଦେବା ରାସନ ସାମଗ୍ରୀ  ଦେଇ ନ ଥିବା କହିଥିଲେ। ଏହା ପରେ  ତଦନ୍ତ ପାଇଁ ଯାଇଥିବା ଅଧିକାରୀ  ତୁରନ୍ତ ରାସନ ସାମଗ୍ରୀ ଦେବାକୁ କହିଥିଲେ। ଏହା ପରେ ଅଙ୍ଗନବାଡି କର୍ମୀମାନେ  ଅଧିକାରୀଙ୍କ ଉପସ୍ଥିତରେ ରାସନ ସାମଗ୍ରୀ ଦେଇଥିଲେ। କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ହୀରାପୁରର ୨ଟି ଅଙ୍ଗନବାର୍ଡି କର୍ମୀ ଓ ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ସହ  ମେ ଓ ଜୁନ ମାସର ଅଣ୍ଡା ଓ ରାସନ ସାମଗ୍ରୀ ସିଡିପିଓ ଓ ସୁପରଭାଇଜର ଉପସ୍ଥିତରେ  ପ୍ରସୂତିମାନଙ୍କୁ  ଦେବାକୁ ନିର୍ଦେଶ ଦିଆଯାଇଛି ଡିଏସଡବ୍ଳୁଓ ବିଦୁଲତା ପାତ୍ର କହିଛନ୍ତି।

ପ୍ରକାଶ ଯେ ଅଣ୍ଡା ଦୁର୍ନୀତି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା  ପରେ ଡିଏସଡବ୍ଳୁଓ ବିଦୁଲତା ପାତ୍ର, ଏଡିଏସଡବ୍ଳୁ ପ୍ରମୋଦ କୁମାର ଦାସ, ସିନାପାଳି ସିଡିପିଓ କାନ୍ତିଲତା ସାହୁ, ନର୍ମଦା ମେହେର ହୀରାପୁର ଗ୍ରାମର ଦ୍ବଇଟି ଅଙ୍ଗନବାଡି କେନ୍ଦ୍ରକୁ ପହଞ୍ଚିଥିଲେ। ଦ୍ବଇଟି ଅଙ୍ଗବାଡି କର୍ମୀ  ମମତା ବାଗ,କୁନ୍ତିବାଇ ଦଣ୍ଡସେନାଙ୍କ ଉପସ୍ଥିତିରେ ପ୍ରସୂତି ମହିଳାଙ୍କୁ ଡାକି ପଚାରିଥିଲେ।

ଅଧିକାରୀଙ୍କ ଉପସ୍ଥିତରେ ରାସନ ସାମଗ୍ରୀ ତେଲ,  ବେtନ, ମୁଗ ଦିଆଯାଇଥିଲା। ଗୁଡ଼ ଆଣିନଥିବାରୁ ସମସ୍ତ ପ୍ରସୂତି ମହିଳାଙ୍କୁ ୧୦ ଟଙ୍କା ଲେଖା ଦିଆଯାଇଥିଲା। ଡିଏସଡବ୍ଳୁଓ ଶ୍ରୀମତୀ ପାତ୍ର ଅଙ୍ଗନବାଡିର ସମସ୍ତ କାଗଜପତ୍ର ତଦନ୍ତ କରିଥିଲେ।   କାଗଜପତ୍ର ମଧ୍ୟ  ସଠିକ ନ ଥିବା ଜାଣି ସେ ଅନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର