ନୂଆପଡ଼ା: ନୂଆପଡ଼ା ଠିକାଦାର ସଂଘର ସଭାପତି କ୍ଷୀରୋଦ କୁମାର ପାଢ଼ୀଙ୍କ ତତ୍ତ୍ବବାଧାନରେ ଅନ୍ୟ କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାହାରି ନୂଆପଡ଼ା ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘ ପକ୍ଷରୁ ୧୦ ଦଫା ଦାବିରେ ୨୦୧୪ର ସିଡୁଲ ରେଟର ୨୦୧୯ ମୂଲ୍ୟ ଭିତ୍ତିରେ ପୁନଃ ଆକଳନ କରାଯାଉ ବୋଲି ଦାବି କରାଯାଇଛି।
ଏହାଛଡ଼ା ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀ ତୁରନ୍ତ ପ୍ରଚଳନ କରିବା, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯ ର ସଂପୂର୍ଣ୍ଣ ପ୍ରତ୍ୟାହାର କରାଯିବା, ତେଲେଙ୍ଗନା ସରକାରଙ୍କ ନୀତି ଅନୁଯାୟୀ ଜିଏସଟି ପାଇଁ ୧୦ ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ କରାଯିବା, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଞ୍ଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ଆଦି ଦାବି ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଏହି ଦାବିପତ୍ର ପ୍ରଦାନ ସମୟରେ ନୂଆପଡ଼ା ସଂଘର ସଂପାଦକ ସଂଞ୍ଜୟ ପୁରୋହିତ, ଖଡ଼ିଆଳ ଠିକାଦାର ସଂଘର ହରେକୃଷ୍ଣ ପଣ୍ଡା, ମନୋଜ ପଟ୍ଟନାୟକ,ବିଜୟ ବାବୁ, ଗୋପାଲ ସାହୁ, ଗୋପମଣି ପାଣିଗ୍ରାହୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/nuapada.jpg)