ଲକଡାଉନ ସମୟରେ ନୂଆପଡ଼ା ଜିଲ୍ଲାରେ ୪ଲକ୍ଷ୯୩ ହଜାରରୁ ମାତ୍ର ୯୧ହଜାର୧୦୪ ବହି ବଣ୍ଟନ କରିଛନ୍ତି ଶିକ୍ଷକ

ନୂଆପଡ଼ା(ଅଶ୍ବିନୀ ପାଣିଗ୍ରାହୀ): ଦେଶରେ କରୋନା ସଂକ୍ରମଣ ପାଇଁ ସବୁ ସ୍କୁଲ କଲେଜ ବନ୍ଦ କରିଛି। କରୋନ ସଂକ୍ରମଣ ଭୟରେ ସ୍କୁଲ ଛାତ୍ରଛାତ୍ରୀମାନେ ଘରେ ରହିଛନ୍ତି। ତେବେ ପାଠପଢାକୁ ଗୁରୁତ୍ୱ ଦେଇ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କ ଘରେ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତି।

ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ନିର୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ଆଦିକନ୍ଦ ଦାସଙ୍କ ତତ୍ତ୍ବବଧାନରେ ନୂଆପଡ଼ାର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଘରଘର ବୁଲି ବହି ବଣ୍ଟନ କରୁଛନ୍ତି। ନୂଆପଡ଼ା ଶିକ୍ଷା ଅଧିକାରୀଠାରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ୯୮୯ ସ୍କୁଲ ଥିବା ବେଳେ ୯୨ ହଜାର୮୩୨ ଛାତ୍ରଛାତ୍ରୀଙ୍କୁ ୪ଲକ୍ଷ୯୩ ହଜାର୬୧୦ ବହି ବଣ୍ଟନ କରାଯିବ ।

ନୂଆପଡ଼ା ବ୍ଳକରେ ୨୪୮ ସ୍କୁଲ ଥିବା ବେଳେ ୨୪ହଜାର୯୭ ଛାତ୍ରଛାତ୍ରୀଙ୍କୁ ୧ଲକ୍ଷ୨୫ ହଜାର୭୩୦ ବହିରୁ ମାତ୍ର ୩୩ ହଜାର୫୮୯ ବହି ବଣ୍ଟନ କରାଯାଇଛି। ସେପରି କୋମନା ବ୍ଳକରେ ୨୪୧ ସ୍କୁଲ ୨୦ ହଜାର୪୮୪ ଛାତ୍ରଛାତ୍ରୀଙ୍କୁ ୧ଲକ୍ଷ୫ହଜାର୮୪୨ ବହିରୁ ୩୪ ହଜାର୫୨୬ ବହି ବଣ୍ଟନ କରାଯାଇଛି। ଖଡ଼ିଆଳ ବ୍ଳକରେ ୧୭୧ଟି ସ୍କୁଲ ୧୭ ହଜାର୨୭୦ ଜଣ ଛାତ୍ରଛାତ୍ରୀଙ୍କୁ ୯୬ ହଜାର୧୪୧ ବହିରୁ ୧୨ ହଜାର୩୫୬ ବହି ବଣ୍ଟନ କରାଯାଇଛି। ବୋଡ଼େନ ବ୍ଳକରେ ୧୪୭ ସ୍କୁଲରୁ ୧୪ ହଜାର୩୬୮ ଛାତ୍ରଛାତ୍ରୀଙ୍କୁ ୭୭ ହଜାର୬୪୦ ବହିରୁ ୧୨୬୮ ବହି ବଣ୍ଟନ କରାଯାଇଛି।

ସିନାପାଲି ବ୍ଳକରେ ୧୮୨ ସ୍କୁଲର ୧୬ ହଜାର୬୧୪ ଛାତ୍ରଛାତ୍ରୀଙ୍କୁ ୮୮ ହଜାର୨୫୭ବହିରୁ ୯ହଜାର୩୬୫ ବହି ବଣ୍ଟନ କରାଯାଇଛି। ଜିଲ୍ଲାରେ ୪ଲକ୍ଷ୯୩ ହଜାର୬୧୦ ବହିରୁ ୯୧ହଜାର୧୦୪ ବହି ବଣ୍ଟନ କରାଯାଇଛି। ସେପରି ବୋଡ଼େନ ବ୍ଳକରେ ସବୁ ଠାରୁ କମ୍ ବହି ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲାସ୍ତରରେ ଏସସି ଓ ଏସଟି ଶିକ୍ଷା ସଂଯୋଜକ କମଳ କୁମ୍ଭାର ଗଣମାଧ୍ୟମ ସଂଯୋଜକ ହେମନ୍ତ କୁମାର ଭୋଇ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର