ନୂଆପଡ଼ା: ନୂଆପଡ଼ା ଜିଲ୍ଲାର କୋଭିଡ-୧୯ ପର୍ଯ୍ୟବେକ୍ଷକ ସୁଶୀଲ ଲୋହାନୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ବେଣୁଧର ବେହେରା ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି। ସକାଳେ ସେ ନୂଆପଡ଼ା ଜିଲ୍ଲା ବିଭିନ୍ନ ବ୍ଳକରେ ଥିବା ସଂଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କୋଭିଡ଼ -୧୯ ସଂର୍ପକରେ ଜିଲ୍ଲା ସମସ୍ତ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

Advertisment

କୋଭିଡ୍-୧୯ ନୂଆପଡ଼ା ପର୍ଯ୍ୟବେକ୍ଷକ ଶ୍ରୀ ଲୋହାନୀ ନୂଆପଡ଼ା ଜିଲ୍ଲାରେ ଏହି ଲକଡାଇନ ସମୟରେ ଜିଲ୍ଲାର ଦିନ ମଜୁରିଆ ଉପରେ ଅଧିକ ଗୁରୁତ୍ବ ଦେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲାରେ ମନରେଗା ଉପରେ ଅଧିକା ଶ୍ରମିକ ଯେପରି କାମରେ ଲାଗିପାରିବେ ତା’ଉପରେ ଜିଲ୍ଲାପାଳ ଓ ଡିଆରଡିଏ ପିଡିଙ୍କୁ ନିର୍ଦେଶ ଦେବା ସହ ପ୍ରତିଦିନ ଜିଲ୍ଲାରେ କେତେ ଶ୍ରମିକ କାମ କରୁଛନ୍ତି ଏହାର ରିପୋର୍ଟ ସରକାରଙ୍କୁ ଦେବାକୁ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ କୋଭିଡି ସଂକ୍ରମଣ ସ୍ଥିତରେ ଜିଲ୍ଲାରେ ଗ୍ରାମଞ୍ଚଳର ଶ୍ରମଜୀବୀଙ୍କ ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ ବିଭାଗରର ଅଧିକାରୀ ଜିଲ୍ଲାରେ ପ୍ରକଳ୍ପ କାମ ତ୍ବରାନ୍ବିତ କରିବା ସହ ଜିଲ୍ଲାରେ ଶ୍ରମିକ ମାନଙ୍କ ଅଧିକାରୁ ଅଧିକା କାମ ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ।
ଏହି ବୈଠକରେ ଜିଲ୍ଲାପାଳ ମଧୁସ୍ମିତା ସାହୁ, ଏସପି ବିନୀତ ଅଗ୍ରୱାଲ, ଡିଆରଡିଏ ଅତିରିକ୍ତ ପିଡି ମଧୁଛନ୍ଦା ସାହୁ, ସିଡିଏମଓ କାଳିପ୍ରସାଦ ବେହେରାଙ୍କ ସହ ଜିଲ୍ଲାରେ ପ୍ରବାସୀଙ୍କ ପାଇଁ ଖୋଲାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର, ସଂଗରୋଧ କେନ୍ଦ୍ର, କରୋନା କେୟାର ସେଣ୍ଟର, କରୋନା ହେଲ୍ପ ସେଣ୍ଟର ଓ କୋଭିଡ୍ ଡାକ୍ତରଖାନର ସ୍ଥିତି ଓ ଆନୁସଙ୍ଗିକ ଉପରେ ଉପରେ ପର୍ଯ୍ୟବେକ୍ଷକ ସମୀକ୍ଷା କରିଥିଲେ।

publive-image

ନୂଆପଡ଼ା ଜିଲ୍ଲା ଯୋଗାଣ ଅଧିକାରୀ ଅଶୋକ ଦାସଙ୍କୁ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଦାନ କରାଯାଇଥିବା ତିନି ମାସର ଅଗ୍ରୀମ ଚାଉଳ ଓ ମଧ୍ୟାହ୍ନ ଭୋଜନରେ ଚାଉଳ ବଣ୍ଟନ ଉପରେ ପଚାରିବାରୁ ଜିଲ୍ଲା ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶତ ଚାଉଳ ବଣ୍ଟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ଡାଲି ଆସିନଥିବା ପର୍ଯ୍ୟବେକ୍ଷକଙ୍କୁ କହିଥିଲେ। ଏହି ବୈଠକରେ କୃଷି, ଉଦ୍ୟାନ, ଜଳଛାୟା ପ୍ରକଳ୍ପ, ବନ ବିଭାଗ, ଓଡ଼ିଶା ଜୀବିକା ମିସନ ପିଡବ୍ଳୁଡି, ଆରଡି ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହୋଉଥିବା ବିଭିନ୍ନ କାର୍ଯ୍ୟ ତ୍ବରାନ୍ବିତ କରାବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ।

ସମୀକ୍ଷା ଶେଷରେ ହେବା ପରେ ପର୍ଯ୍ୟବେକ୍ଷକ ଶ୍ରୀ ଲୋହାନୀ ନୂଆପଡ଼ା ଓ ଛତିଶଗଡ଼ ସୀମାକୁ ଯାଇ ପରିଦର୍ଶନ କରିଥିଲେ। ଏହାପରେ ସେ ଜିଲ୍ଲା କୋଭିଡ୍ ଡାକ୍ତରଖାନା ପରିଦର୍ଶନ କରିଥିଲେ।