ନୂଆପଡ଼ା: ରାଜ୍ୟସରକାର ବୟସ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମଧୁବାବୁ ପେନସନ ଯୋଜନା କରିଛନ୍ତି। ଉଚିତ ଲୋକ ତଥା ବୟସ ହୋଇଥିବା ବ୍ୟକ୍ତିଙ୍କୁ ଆଧାର କାର୍ଡକୁ ଦେଖି ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଥାଏ । ହେଲେ ସରକାରଙ୍କ କର୍ମଚାରୀ ତଥା ସ୍ଥାନୀୟ ସରପଞ୍ଚମାନଙ୍କ ଅବହେଳା ଯୋଗୁ ଅନେକ ବୃଦ୍ଧ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିଭଳି ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାର ମୁଣ୍ଡାପଳା ଗ୍ରାମରେ ରହୁଥିବା ବୃଦ୍ଧା ସାବିତ୍ରୀ ରଣା (୬୫) ମାସକୁ ପାଞ୍ଚ ଶହ ଟଙ୍କା ଭତ୍ତା ପାଇବା ଆଶାରେ ଅନେକ ଥର ସ୍ଥାନୀୟ ସରପଞ୍ଚ ଏବଂ ଇଓଙ୍କୁ ଭତ୍ତା ପାଇବା ପାଇଁ ଗୁହାରି କରିବା ସହ ପଞ୍ଚାୟତ ରେ ଭତ୍ତା ଫର୍ମରେ ମଧ୍ୟ ଆବେଦନ କରିଛନ୍ତି। ହେଲେ ସାବିତ୍ରୀଙ୍କ କେବେ ଭତ୍ତା ପାସ ହେବ ଏବଂ ସେ କେବେ ବାର୍ଦ୍ଧକ୍ୟ ଭତ୍ତା ପାଇବେ ତାହାନେଇ ଆଶା ବାନ୍ଧିବସିଛନ୍ତି । ସାବିତ୍ରୀଙ୍କ ଭତ୍ତା ପାଇବାରେ ଆଉ କେତେ ଯେ ବର୍ଷ ଲାଗିବ ତାହା ଦେଖିବାକୁ ରହିଲା । ସାବିତ୍ରୀଙ୍କୁ ଭତ୍ତାରେ ସାମିଲ କରଯାଉ ନହେଲେ ଆଗାମୀ ଦିନରେ ଏ ନେଇ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବେ ବୋଲି ଗ୍ରାମବାସୀ କହିଛନ୍ତି।
ବାର୍ଦ୍ଧକ୍ୟ ଭତ୍ତା ପାଇଁ ସରପଞ୍ଚ କି ନିର୍ବାହୀ ଅଧିକାରୀ ଶୁଣିଲେ ନାହିଁ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବେ ସାବିତ୍ରୀ
/sambad/media/post_attachments/wp-content/uploads/2020/07/nua-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)