ନୂଆପାଟଣା ପୋଲରେ ଯାତୟାତ ବନ୍ଦ, କଟକମୁହାଁ ହାତୀ

କଟକ,: କଟକରେ ନାକେଦମ୍‌ କଲେଣି ହାତୀ। ବିଭିନ୍ନ ସମୟରେ ମହାନଦୀ ପାରି ରାଜରାସ୍ତାକୁ ଚାଲି ଆସୁଥିବା ହାତୀପଲ ଆଜି କିନ୍ତୁ କଟକ ସହରମୁହାଁ ହୋଇଛନ୍ତି। ଆଜି ରାତି ପ୍ରାୟ ସାଢେ ୮ଟାରେ ମହାନଦୀ ପାର୍‌ ହୋଇ ସିଡିଏ ବାଲିବନ୍ଧ ଦେଇ ବ୍ରଜବିହାରୀପୁର ପଠାକୁ ଚାଲି ଆସିଛନ୍ତି ୧୪ ହାତୀ। ସିଡିଏ ସେକ୍ଟର୍-୧୩ଠାରୁ ମାତ୍ର ୫୦୦ମିଟର୍ ଦୂରରେ ଥିବା ହାତୀ ପଲଙ୍କ ଗର୍ଜନ ଏବଂ ବାଉଁଶ ଭାଂଗୁଥିବା ଦେଖି ଅଂଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ନବନିର୍ମିତ ମଧୁସୂଦନ ସେତୁ ନିକଟ ଧବଳେଶ୍ବର ଘାଟ ବନୀକରଣ ପ୍ରକଳ୍ପରେ ହାତୀ ପଲ ଅଛନ୍ତି। ଫଳରେ ସେତୁ ଦେଇ ରାତିରେ ଯାତାୟତ ବନ୍ଦ ସଂପୂର୍ଣ୍ଣ ବନ୍ଦ ହେଇଯାଇଛି। ବନ କର୍ମଚାରୀ ହାତୀପଲଙ୍କୁ ଘଉଡାଇବା ପାଇଁ ବାଣ ଫୁଟାଇବା ସହ ନିଆଁ ହୁଳା ଦେଖାଉଥିବା ଦେଖିବାକୁ ମିଳିଛି। ସେପଟେ ସେହି ରାସ୍ତା ଦେଇ ଲୋକଙ୍କୁ ଯିବା ପାଇଁ ବାରଣ କରାଯିବା ସହ ମଧୂସୂଦନ ସେତୁ ନିକଟ କ୍ୟାମ୍ପରେ ରହୁଥିବା ୨୦ଜଣ କର୍ମଚାରୀଙ୍କୁ ବନବିଭାଗ ଓ ପୁଲିସ ପକ୍ଷରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ଏଏସିଏଫ୍ ବିକ୍ରମ ପଟ୍ଟନାଏକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର