ଦାନଗଦୀ/ଯଖପୁରା : ଦାନଗଦୀ ବ୍ଲକ୍ ପଙ୍କପାଳ ପଞ୍ଚାୟତ ନୂଆସାହି ଗାଁ ଲୋକେ ଆଜି ପିଇବା ପାଣି ପାଇଁ ରାଜରାସ୍ତା ଅବରୋଧ କରିଛନ୍ତି। ବିଜୁପଟ୍ଟନାୟକ ମାର୍ଗ ପଙ୍କପାଳ ଶାସନ ଛକ ନିକଟରେ ଗାଁ ଲୋକେ ହାଣ୍ଡି, ବାଲ୍ଟି ଧରି ରାସ୍ତା ଉପରେ ବସି ରହିଥିଲେ। ସେମାନଙ୍କ କହିବା କଥା ହେଲା ସାହିରେ ରହୁଥିବା ୪୦ ପରିବାର ପାଇଁ ଏକମାତ୍ର ନଳକୂଅ ରହିଛି। ସକାଳ ହେଉଣୁ ଲୋକମାନେ ପାଣି ସଂଗ୍ରହ ପାଇଁ ହାଣ୍ଡି, ବାଲ୍ଟି ଧରି ସେଠାରେ ଲମ୍ବାଧାଡ଼ିରେ ଛିଡ଼ାହେଉଛନ୍ତି।
ବିକଳ୍ପ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ଦୌଡ଼ି କୌଣସି ସୁଫଳ ମିଳିନାହିଁ। ତେଣୁ ସୋମବାର ସେମାନେ ବାଧ୍ୟହୋଇ ରାସ୍ତା ଅବରୋଧ କରିଥିଲେ। ପ୍ରବଳ ଖରା ଓ ଅସହ୍ୟ ତାତି ସତ୍ତ୍ବେ ଲୋକମାନେ ବହୁ ସମୟଧରି ଛୁଆପିଲା ଧରି ସେଠାରେ ବସିରହିଥିବା ଦେଖାଯାଇଥିଲା। ଅପରାହ୍ଣରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/8-14.jpg)