ସମ୍ବଲପୁରୀ ନୃତ୍ୟ, ଗୀତରେ ଜମିଲା ନୂଆଁଖାଇ ଭେଟ୍‌ଘାଟ

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ରଙ୍ଗାରଙ୍ଗ କାକାର୍ଯ୍ୟକ୍ରମ

ରାଉରକେଲା: ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ ଧୂମ୍‌ଧାମ୍‌ରେ ନୁଆଁଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉଲପେକ୍ଷ ସିଭିକସେଣ୍ଟର ଦାବିବ୍ୟାପୀ ମାଁ ସମଲେଶ୍ୱରୀଙ୍କର ପୂଜାର୍ଚ୍ଚନା, ନବାନ୍ନ ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନୀ ଅଧିବେଶନରେ ପରିଷଦର ସଭାପତି ସ୍ବରୂପ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର ଯୋଗଦେଇଥିଲେ। ପୂର୍ବତନ ସମ୍ପାଦକ ସୁଧୀର ମିଶ୍ର ଅତିଥି ପରିଚୟ ଦେଇଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ ଅଧିବେଶନରେ ପୁଲିନ ରାଉତରାୟ ଆବାହନୀ ସଙ୍ଗୀତ ଗାନ କରିଥିଲେ।

ଏଥିରେ ମୁଖ୍ୟଅତିଥି ଆର୍‌ଏସ୍‌ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ମୁଖ୍ୟବକ୍ତା ଝାରସୁଗୁଡ଼ାସ୍ଥ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକ ଡା. ସ୍ଵର୍ଣମୟୀ ପୁରୋହିତ ଯୋଗ ଦେଇଥିଲେ। ଡା. କିଶୋରୀ ଦାଶ ଓ ଭଗବାନ ପତି ଅତିଥି ପରିଚୟ ଦେଇଥିବାବେଳେ ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟ ଦେବେନ୍ଦ୍ର ନାଥ ପତି, ଭାବଗ୍ରାହୀ ମହାପାତ୍ର, ମିନାକ୍ଷୀ ଧରଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହିଅବସରରେ ବ‌ରିଷ୍ଠ ନାଗରିକ ଭାଗିରଥି ପାଣିଗ୍ରାହୀ, ନୀଳମଣି ପ୍ରଧାନ, ଶ୍ରୀମତୀ ପୁଷ୍ପଲତା ପତି ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପୀତବାସ ପ୍ରଧାନ ଓ ଅଶୋକ ଭଇଁଷାଙ୍କ ସଂଯୋଜନାରେ ଏକ କ୍ବିଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୁଞ୍ଜ ବିହାରୀ ସାହୂ ଧନ୍ୟବାଦ ଦେଇଥିଲେ। ରମେଶ ସୁନାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହେମନ୍ତ ପାଣ୍ଡେ ବଂଶୀବଦାନ କରିଥିବାବେଳେ, ଡୋଳାନନ୍ଦ ଗଡତିଆ, ସଂଗୀତା ପଟେଲ, ସୁମନ ମେହେର, ମହ୍ଲାର ଡ୍ୟାନ୍ସ ଗ୍ରୁପ୍‌, ଲୀନା ନାୟକ, ସବ୍ୟସାଚୀ ଷଡ଼ଙ୍ଗୀ, ରମେଶ ସୁନା, ଆଦ୍ୟାଶା ପାଢ଼ୀ, ପ୍ରିୟାଂଶି ପଣ୍ଡା, ବିଶ୍ୱଜିତା ମହାପାତ୍ର, ଶ୍ରୀକାନ୍ତ ଷଡ଼ଙ୍ଗୀ ପ୍ରମୁଖ ନୃତ୍ୟସଙ୍ଗୀତ ପରିବେଷଣ କରିଥିଲେ।

ଏତଦ୍‌ବ୍ୟତୀତ ‘କଳାଜିବୀ’ ବରଗଡ଼ର କଳାକାର ସମ୍ବଲପୁରୀ ନୃତ୍ୟ ଓ ଗୀତ, ‘ଜୟମାଁ ଦୁର୍ଗା କଳା ପରିଷଦ’ ମୁରିବାହାଲର ଘୁଡକା ନାଚ, ‘କମେଡି ବଜ଼ାର’ର ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ବେଶ୍‌ ମନଛୁଆଁ ହୋଇପାରିଥିଲା। ଶ୍ରୀକାନ୍ତ ଷଡ଼ଙ୍ଗୀ, ସଂଗୀତା ପଟେଲ ଓ ଅନୁଶ୍ରୀ ଦାଶ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ପରିଷଦର ଶୁଭେନ୍ଦୁ ପଣ୍ଡା, ସୂର୍ଯ୍ୟ ପାଢ଼ୀ, ଉମେଶ ବେହେରା, ପ୍ରତାପ ମେହେର, ଶୁଭ୍ରାଂଶୁ ବଡ଼ପଣ୍ଡା, ବିମଳ ବିଶି, ନରେନ୍ଦ୍ର ମିଶ୍ର, ନରେନ୍ଦ୍ର ତ୍ରିପାଠୀ, ଆଶିଷ ପାଟଯୋଶୀ, ଶୁଭ୍ରାଂଶୁ ବେହେରା, ଦୁର୍ଗା ସାହୂ, ବିମଳ ପ୍ରଧାନ, କେଶବ ସେଠ, ଚିନ୍ତାମଣି ମେହେର, ଡା. ସୁବୋଧ  ମେହେର, ଗୌରୀ ପ୍ରଧାନ, ଅଜୟ ମିଶ୍ର, ପ୍ରକାଶ ସେଠ, ମାନସ ପଣ୍ଡା, ଜୟପ୍ରକାଶ ରଥ, ହରିହର ବାର୍କେ, ପଦ୍ମଲୋଚନ ବାଗ, ମଦନ ବେହେରା, ନିରଞ୍ଜନ ପଟେଲ, ମନୋଜ ସେଠ, ଅମିନ ତାଣ୍ଡି, ସତ୍ୟ ନାରାୟଣ ସେଠ, ଚିତ୍ରସେନ ପ୍ରମୁଖ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର