ଭୁବନେଶ୍ବର : ରାଜ୍ୟରେ ତୃତୀୟ ଲହର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲା ସଂକ୍ରମିତ ଓ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୁକ୍ତ ଆଡ଼କୁ ମୁହାଁଇଛନ୍ତି। ଶନିବାର ଦିନ କେନ୍ଦୁଝର ଜିଲ୍ଲା ଚିକିତ୍ସାଧୀନ ରୋଗୀ ମୁକ୍ତ ହୋଇପାରିଛି। ଖୁବଶୀଘ୍ର ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ଚିକିତ୍ସାଧୀନ ରୋଗୀ ମୁକ୍ତ ହେବେ ବୋଲି ଆଶା କରାଯାଉଛି।

Advertisment

ରାଜ୍ୟରେ ଗତ ୬ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୪୫ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୨୫, ସମ୍ବଲପୁର ୧୭, ସୁନ୍ଦରଗଡ଼, ଗଜପତିରୁ ୧୬ ଲେଖାଏ, ବାଲେଶ୍ବର ୧୨ ଓ ଷ୍ଟେଟ୍‌ ପୁଲରୁ ୬ଜଣ ଆକ୍ରାନ୍ତ ବାହାରିଛନ୍ତି। ୮ ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୫ହଜାର ୭୬୦କୁ ବୃଦ୍ଧି ପାଇଛି। ରାଜ୍ୟ ଆଉ ୭ଜଣ କୋଭିଡରେ ପ୍ରାଣ ହରାଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ବର୍ତମାନ ସୁଦ୍ଧା ୯୦୯୮କୁ ବୃଦ୍ଧି ପାଇଛି।

ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଆଉ ୨୦୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୩୮୧କୁ ଖସି ଆସିଛି।