ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖସିଲା

ଭୁବନେଶ୍ବର : ଲଗାତର ଦୁଇ ଦିନ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହିବା ପରେ ରବିବାର ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସିଛି। ହେଲେ ରାଜ୍ୟରେ ଏବେବି ସଂକ୍ରମଣ ପ୍ଲାଟୋ ସ୍ଥିତିରେ ଅଛି। ତେଣୁ ସମସ୍ତେ କୋଭିଡ କଟକଣା ମାନିବା ଦରକାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରବିବାର ଦିନ ୮୭୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ‌ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୪, ବାଲେଶ୍ୱରରୁ ୮, ବରଗଡ଼ରୁ ୯ , ଭଦ୍ରକରୁ ୬, ବଲାଙ୍ଗୀରରୁ ୭,ବୌଦ୍ଧରୁ ୧୧,କଟକରୁ ୯୬, ଦେବଗଡ଼ରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୫, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୧, କୋରାପୁଟରୁ ୧୨, ମୟୂରଭଂଜରୁ ୫୯, ନୟାଗଡରୁ ୧୯, ନୂଆପଡ଼ାରୁ ୭, ପୁରୀରୁ ୧୯, ରାୟଗଡ଼ା ୬, ସମ୍ବଲପୁରରୁ ୨୩, ସୋନପୁରରୁ ୨୬, ସୁନ୍ଦରଗଡ଼ରୁ ୧୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲ୍‌ରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୧୨ଜଣ ଥିବା ବେଳେ ୩୬୦ଜଣ ସ୍ଥାନୀୟ ସଂକ୍ରମିତ। ୧୮ବର୍ଷରୁ କମ୍‌ ୧୨୩ଜଣ ଆକ୍ରାନ୍ତ ଅଛନ୍ତି।

ସେହିପରି ରବିବାରର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୬୯୬ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର