ଜୁଲାଇ ୨୦ ପରେ ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିଲା

‌ଖୋର୍ଧାରେ ରୋଗୀଙ୍କ ସଂଖ୍ୟା ୫୦ ହଜାର ଟପିଲା

ଦିନକରେ ୯୮୭ ପଜିଟିଭ୍, ୧୩ ମୃତ
କୋଭିଡ୍‌ ନମୁନା ପରୀକ୍ଷା ୫୦ ଲକ୍ଷ ଟପିଲା

ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସି ଖବର। ଦୀର୍ଘ ୩ମାସ ୨୦ଦିନ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାରେ ତଳକୁ ଖସି ଆସିଛି। ଜୁଲାଇ ୨୦ତାରିଖ ପରେ ଓଡ଼ିଶା ପୂର୍ବ ସ୍ଥିତିକୁ ଫେରି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟର ୩୦ଟି ଜିଲ୍ଲାରେ ୯୮୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୮ଟି ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କକୁ ଖସି ଆସିଛି। ଗତ କିଛିଦିନ ହେବ କିଛି ହାତ ଗଣତି ଜିଲ୍ଲାରେ ଶହେରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଯାହାକି ରାଜ୍ୟ ପାଇଁ ଭଲ ଖବର। ଓଡ଼ିଶାରେ ଏ ପର୍ଯ୍ୟନ୍ତ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩ହଜାର ୭୮୦କୁ ବୃଦ୍ଧି ପାଇଛି।

ଅପରପକ୍ଷରେ ଖୋର୍ଧାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ଟପିଛି। ଦିନକରେ ଖୋର୍ଧାରେ ୮୬ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ସଂଖ୍ୟା ୫୦ ହଜାର ୬୫କୁ ବୃଦ୍ଧି ପାଇଛି। ଯାହାକି ରାଜ୍ୟର ସମୁଦାୟ ସଂକ୍ରମଣର ୧୬ ପ୍ରତିଶତରୁ ଅଧିକ। ଲଗାତାର ଦୁଇଦିନ ଲାଗି ଖୋର୍ଧାରେ ଶହେ ତଳେ ରହିଛି। ଗତ ୨୪ଘଣ୍ଟାରେ ୪୩,୪୦୯ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ୨.୨୭ ପ୍ରତିଶତକୁ ଖସି ଆସିଛି। ମାତ୍ର ସାମଗ୍ରିକ ଭାବେ ରାଜ୍ୟର ଟିପିଆର ୬.୦୪ ପ୍ରତିଶତ ରହିଛି। ସମୁଦାୟ କୋଭିଡ୍‌ ନମୁନା ପରୀକ୍ଷା ୫୦ଲକ୍ଷ ୨୭ହଜାର ୯୫୯କୁ ବୃଦ୍ଧି ପାଇଛି।

ରାଜ୍ୟରେ ସଂକ୍ରମଣ ଖସିବା ସତ୍ତ୍ବେ କରୋନା ମୃତ୍ୟୁ ପୂର୍ବଭଳି ଜାରି ରହିଛି। ଆଜି ୧୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ମୟୂରଭଞ୍ଜ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ, ସୁନ୍ଦରଗଡ଼ ଓ ଖୋର୍ଧାରୁ ୨ଜଣ ଲେଖାଏଁ, କେନ୍ଦୁଝର, ବାଲେଶ୍ବର ଓ ବରଗଡ଼ରୁ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୪୫୪କୁ ବୃଦ୍ଧି ପାଇଛି। ଖୋର୍ଧା ୨୫୩, ଗଞ୍ଜାମ ୨୩୨, କଟକ ୧୨୦, ସୁନ୍ଦରଗଡ଼ ୮୦, ବାଲେଶ୍ବର ୭୩ ଓ ମୟୂରଭଞ୍ଜରେ ୭୧ଜଣ ପ୍ରାଣ ହରାଇ ସାରିଲେଣି।

୯୮୭ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରେ କେବଳ ୧୦୭ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଅନୁଗୁଳ ୮୬, ବାଲେଶ୍ବର ୨୫, ବରଗଡ଼ ୩୧, ଭଦ୍ରକ ୪, ବଲାଙ୍ଗୀର ୪୩, ବୌଦ୍ଧ ୭, କଟକ ୮୫, ଦେବଗଡ଼ ୨, ଢେଙ୍କାନାଳ ୨୨, ଗଞ୍ଜାମ ୯, ଜଗତସିଂହପୁର ୪୫, ଯାଜପୁର ୨୭, ଝାରସୁଗୁଡ଼ା ୩୪, କଳାହାଣ୍ଡି ୨୩, କନ୍ଧମାଳ ୮, କେନ୍ଦ୍ରାପଡ଼ା ୬୦, କେନ୍ଦୁଝର ୩୦, କୋରାପୁଟ ୭, ମାଲକାନଗିରି ୪, ମୟୂରଭଞ୍ଜ ୮୪, ନବରଙ୍ଗପୁର ୨୨, ନୟାଗଡ଼ ୧୧, ନୂଆପଡ଼ା ୪୧, ପୁରୀ ୨୯, ରାୟଗଡ଼ା ୧୧, ସମ୍ବଲପୁର ୧୭, ସୋନପୁର ୯ ଓ ଷ୍ଟେଟ୍ ପୁଲରୁ ୧୮ଜଣ ରୋଗୀ ରହିଛନ୍ତି।

ରାଜ୍ୟରେ ଆଜି ଆଉ ୧୪୪୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାର ୧୩୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୧୩୬କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୧୬ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ କଟକ ୧୦୭, ବରଗଡ଼ ୯୯, ସୁନ୍ଦରଗଡ଼ ୯୮, କଳାହାଣ୍ଡି ୭୨, ଜଗତସିଂହପୁର ୭୦, ନୂଆପଡ଼ା ୬୮, କେନ୍ଦୁଝର ଓ ମୟୂରଭଞ୍ଜରୁ ୬୬ ଲେଖାଏଁ, ବାଲେଶ୍ବର ୫୮, ପୁରୀ ୫୭, ଅନୁଗୁଳ ୫୩, ଭଦ୍ରକ, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ୪୯ ଲେଖାଏଁ, ସମ୍ବଲପୁର ୪୩, ଯାଜପୁର ୪୧, ଝାରସୁଗୁଡ଼ା ୨୯, ମାଲକାନଗିରି ଓ ନବରଙ୍ଗପୁରରୁ ୨୮ ଲେଖାଏଁ, ଢେଙ୍କାନାଳ ୨୩, ସୋନପୁର ୨୨, ଗଞ୍ଜାମ ୧୯, କୋରାପୁଟ ୧୭, କନ୍ଧମାଳ ଓ ନୟାଗଡ଼ରୁ ୧୨ ଲେଖାଏଁ, ରାୟଗଡ଼ା ୭, ଗଜପତି ୬, ଦେବଗଡ଼ ୫ ଓ ଷ୍ଟେଟ୍‌ ପୁଲରୁ ୩୪ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର