ଢେଙ୍କାନାଳ : ଦେଶରେ ଏନ୍ସିସି କ୍ୟାଡେଟ୍ମାନଙ୍କ ସଂଖ୍ୟା ୧୫ ଲକ୍ଷ ରହିଥିବାବେଳେ ଏହାକୁ ବୃଦ୍ଧି କରାଯିବ। ଏଥିସହ ତାଲିମକୁ କିଭଳି ଅତ୍ୟାଧୁନିକ କରାଯାଇପାରିବ ସେଥିପାଇଁ କମିଟି ଅନୁଧ୍ୟାନ କରାଯାଉଛି। ଢେଙ୍କାନାଳ ଗସ୍ତରେ ଆସି ମହିଷାପାଟସ୍ଥିତ ୧୨ ଓଡ଼ିଶା ବାଟାଲିୟନ୍ ଏନ୍ସିସି କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ଏନ୍ସିସି ଜାତୀୟ ପରାମର୍ଶଦାତା କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ତା ଏହା କହିଛନ୍ତି।
ଶ୍ରୀ ପଣ୍ଡା କ୍ୟାଡେଟ୍ମାନଙ୍କୁ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିବା ପରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ପଣ୍ତାଙ୍କ ସହ କମିଟିର ସଦସ୍ୟ କମାଣ୍ତାଣ୍ତ୍ ଜେନେରାଲ୍ ଆଲୋକ ରାଜ୍ ମଧ୍ୟ ଆସିଥିଲେ। ଏହି ଅବସରରେ ଏନ୍ସିସି କ୍ୟାଡେଟ୍ମାନେ ଅବଷ୍ଟାକଲ୍ ଟ୍ରେନିଂ ଓ ଫାୟାରିଂ ଆଦି ଡେମୋ ପ୍ରଦର୍ଶନ କରିଥିଲେ।
ଓଡ଼ିଶାର ୩୦ଟି ଜିଲ୍ଲାରେ ୨୯ଟି ଏନ୍ସିସି ୟୁନିଟ୍ କାମ କରୁଛି। ସେଥିରେ ୬୦ ହଜାର କ୍ୟାଡେଟ୍ ରହିଛନ୍ତି। ଓଡିଶାରେ ଏନ୍ସିସି କେଉଁକେଉଁ ସମସ୍ୟା ଦେଇ ଗତିକରୁଛି, ଏଥିରେ ଆଉ କି କି ସୁବିଧା ସୁଯୋଗ ରହିବା ଦରକାର ଆଦି ପ୍ରସଙ୍ଗରେ ଏନ୍ସିସି କେନ୍ଦ୍ରୀୟ ପରାର୍ଶଦାତା କମିଟି ଅଧ୍ୟକ୍ଷ ସମୀକ୍ଷା କରିଥିଲେ ବୋଲି ଓଡ଼ିଶା ଏନ୍ସିସି ଡିଡିଜି କମ୍ରେଡ୍ ସୋମେନ୍ ବାନାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଢେଙ୍କାନାଳ ବାଟାଲିୟନ୍ କମାଣ୍ଡିଂ ଅଫିସର ଲେପ୍ଟନାଣ୍ଟ୍ କର୍ଣ୍ଣେଲ ସିଦ୍ଧାର୍ଥ ଭାସ୍ତ୍ୟାନ ଓ ଆଡମିନିଷ୍ଟ୍ରେଟିଭ୍ ଅଫିସର କର୍ଣ୍ଣେଲ୍ ଲଳିତ ମହାପାତ୍ର ପ୍ରମୁଖଙ୍କ ସମତେ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/ncc.jpg)