କରୋନା ପାଇଁ ପର୍ଯ୍ୟଟକ କମିଛନ୍ତି, ଅର୍ଥନୀତି ପ୍ରଭାବିତ ହେବା ନେଇ ତଥ୍ୟ ନାହିଁ

ଭୁବନେଶ୍ବର : କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି। ହେଲେ ଗତ ତିନିବର୍ଷରେ ପର୍ଯ୍ୟଟନ ଓ ଆନୁସଙ୍ଗିକ କ୍ଷେତ୍ରର ଅର୍ଥନୀତି କେତେ ପ୍ରତିଶତ ସଙ୍କୁଚିତ ହୋଇଛି ତା’ର ତଥ୍ୟ ନାହିଁ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ସୂଚନା ଦେଇଛନ୍ତି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଏହା କହିଛନ୍ତି। ଏହାସହ ସୂଚନା ଦେଇଛନ୍ତି ଯେ, ୨୦୧୯ରେ ରାଜ୍ୟକୁ ୧,୫୪,୨୨,୭୬୫ଜଣ ପର୍ଯ୍ୟଟକ ଆସିଥିବାବେଳେ ଏହା ପୂର୍ବ ବର୍ଷ ତୁଳନାରେ ୦.୬୮% କମ୍‌। ସେହିପରି ୨୦୨୦ରେ ୪୬,୩୨,୪୭୯ ଜଣ (୬୯.୯୬% କମ୍‌), ୨୦୨୧ରେ ୩୭,୪୪,୪୯୨ଜଣ (୧୯.୧୬% କମ୍‌) ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ଚଳିତବର୍ଷ ପର୍ଯ୍ୟଟନ କ୍ଷେତ୍ର ଉଭୟ ଆର୍ଥିକ ଓ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ ଆଶାନୁରୂପକ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର