ସିସି କ୍ୟାମେରାରୁ ବର୍ତ୍ତିବାକୁ ନମ୍ବର ଟାମ୍ପରିଂ: ୪ ବାଇକ୍‌କୁ ୫୨ ହଜାର ଟଙ୍କା ଜରିମାନା

ଆନନ୍ଦପୁର: ବିନା ହେଲମେଟ୍‌ ଏବଂ ବେପରୁଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ ଆନନ୍ଦପୁର ସହରର ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି। ନିୟମ ନମାନି ଗାଡ଼ି ଚଲାଉଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ଜରିମାନାରୁ ବର୍ତ୍ତିବା ପାଇଁ କିଛି ଲୋକ ନିଜ ବାଇକ୍‌ ରେଜିଷ୍ଟ୍ରେସନ୍‌ ନମ୍ବର ପ୍ଲେଟ‌୍‌ରେ ଟାମ୍ପରିଂ କରିଥିବା ଅଭିଯୋଗ ହୋଇଥିଲା। ଘସିପୁରା ପୁଲିସ ପକ୍ଷରୁ ଧରପଗଡ଼ କରାଯାଇ ଗତକାଲି ୫ଟି ବାଇକ୍ ଜବତ କରାଯାଇଛି। ସେଗୁଡ଼ିକୁ କେନ୍ଦୁଝର ପରିବହନ ବିଭାଗ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା।

ବେଆଇନ ଭାବେ ନମ୍ବର ବଦଳାଇଥିବା ଚାରିଟି ବାଇକ୍‌ରୁ ଆଜି ୫୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଗୋଟିଏ ଚୋରା ବାଇକ୍ ବୋଲି ଜଣାପଡିଛି। ଚୋରା ବୁଲେଟ୍‌ଟି ଭୁବନେଶ୍ବର ବରଗଡ଼ ଥାନା ଅଞ୍ଚଳରୁ ଚୋରି ‌ହୋଇଥିବା ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ପ୍ରକାଶ କରିଛନ୍ତି। ଯେଉଁ ବାଇକ୍ ଚାଳକଙ୍କର ଏକାଧିକ ଜରିମାନା କଟାଯାଇଛି ସେମାନେ ତୁରନ୍ତ ଆସି ଥାନାରେ ଜରିମାନା ଟଙ୍କ‌ା ଦାଖଲ କରିବାକୁ ଥାନା ପକ୍ଷରୁ କୁହାଯାଇଛି। ନଚେତ ସେମମାନଙ୍କ ବାଇକ୍ ଗୁଡ଼ିକୁ ଜବତ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର