ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦାୟିତ୍ୱହୀନତା ଯୋଗୁଁ ବାହାରେ ମହିଳାଙ୍କ ପ୍ରସବ ଘଟଣା : ନିଲମ୍ବିତ ହେଲେ ନର୍ସ ଓ ଆଟେଣ୍ଡାଣ୍ଟ, ଆଉ ଜଣେ ନର୍ସଙ୍କୁ ଅନ୍ୟତ୍ର ବଦଳି

ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱହୀନତା ଯୋଗୁଁ ବାହାରେ ମହିଳାଙ୍କ ପ୍ରସବ ଘଟଣାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଥିବା ଜଣେ ନର୍ସ ଓ ଜଣେ ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟ ଜଣେ ନର୍ସଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏଥିସହିତ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସମୀର କୁମାର ଦାସ କହିଛନ୍ତି। ଏ ସମ୍ପର୍କିତ ଖବର ଗତକାଲି କେବଳ ସମ୍ବାଦରେ ପ୍ରକାଶ ପାଇବା ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆଖିରୁ ନିଦ ହଜି ଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଦନ୍ତ କରିବାକୁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ପି.କେ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ସେଠାକୁ ପଠାଇଥିଲେ। ଟିମ୍‌ ତଦନ୍ତ କରି ରିପୋର୍ଟ ଦେଇଥିଲେ। କର୍ତ୍ତବ୍ୟରେ ଘୋର ଅବହେଳା ହୋଇଛି ବୋଲି ରିପୋର୍ଟ ପ୍ରଦାନ ପରେ ଆଜି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର